ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ କ୍ରମରେ ଜିଲ୍ଲା ପ୍ରଶାସନ ଗତକାଲି ସାନଛତା ମଠ ଉଚ୍ଛେଦ ଆରମ୍ଭ କରିଥିଲା। ଆଜି ଦ୍ବିତୀୟ ଦିନରେ ମଠର ଅଧାଅଧି ଘର ଭଙ୍ଗା କାର୍ଯ୍ୟ ଶେଷ ହୋଇଛି। ଆସନ୍ତାକାଲି ବି ଉଚ୍ଛେଦ ଅଭିଯାନ ଜାରି ରହିବ।

Advertisment

ଅନ୍ୟପକ୍ଷରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ମଙ୍ଗୁ ମଠ ଉଚ୍ଛେଦ ପ୍ରକ୍ରିୟା ଆଜି ଶେଷ ହୋଇଛି। କେବଳ ମନ୍ଦିର, ଗାଦି ଘରକୁ ଛାଡିଦେଲେ ମଠର ବାକି ଘର ଜେସିବି ଲଗାଇ ପ୍ରଶାସନ ଭାଙ୍ଗିଦେଇଛି।

ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନ ଲଙ୍ଗୁଳି ମଠ, ଏମାର ମଠ, ବଡ଼ିଆଖଡ଼ା ମଠ ଉଚ୍ଛେଦ ପରେ କିଛି ମାସ ଏହାକୁ ବନ୍ଦ ରଖିଥିଲା। ଇତି ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ମଙ୍ଗୁ ମଠକୁ ନେଇ ବିବାଦ ଦେଖା ଦେଇଥିଲା। ଆଇନ ଅନୁଯାୟୀ ମଠ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁନର୍ବାର ପ୍ରଶାସନ ଏହି ପ୍ରକ୍ରିୟା ଆରମ୍ଭ କରିଛି।