ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଗତକାଲି ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ଆଜି ନିଜର ସ୍ପଷ୍ଟ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ ‘ପୁରୀରେ ବିକାଶ ନାମରେ ଯେଉଁ ହାହୋଲ୍ଲା ହେଉଛି ତାହା ଏହି ପବିତ୍ର ଧାମର ଅସ୍ତିତ୍ବ ଓ ଆଦର୍ଶର ବିଲୋପର ମାର୍ଗ ପ୍ରସ୍ତୁତ କରୁଛି। ଶାସନତନ୍ତ୍ରର ଏହା ଦାୟିତ୍ବ ଯେ ତୀର୍ଥସ୍ଥଳୀକୁ ଭୋଗସ୍ଥଳୀର ରୂପ ପ୍ରଦାନ ନକରୁ। ମୁଁ ବିକାଶକୁ ସମର୍ଥନ କରେ। ମାତ୍ର ବିକାଶ ନାମରେ ତୀର୍ଥସ୍ଥାନର ଅସ୍ତିତ୍ବ ଓ ଆଦର୍ଶ ବିଲୁପ୍ତ ହୋଇଯିବ ଏହାକୁ ସମର୍ଥନ କରେ ନାହିଁ।
ଶାସନତନ୍ତ୍ର ପରମ୍ପରାଗତ ମଠଗୁଡ଼ିକୁ ରାସ୍ତାକୁ ବିସ୍ତୃତ କରିବା ଉଦେଶ୍ୟରେ ଭାଙ୍ଗିସାରିଛି। ଏପରିକି ଦେବାଦେବୀଙ୍କ ସ୍ଥାନକୁ ବି ବିଲୁପ୍ତ କରି ଦିଆଯାଇଛି। ଶାସନତନ୍ତ୍ର ଏହା ନଭାବୁ ଯେ ସେ ଖୁବ୍ ଶକ୍ତିଶାଳୀ। ଲୋକମତ କେବେ ବି ବିପରୀତ ହୋଇପାରେ। ଓଡ଼ିଶାର ଜନସାଧାରଣ ବର୍ଷ ବର୍ଷ ଧରି ଯେଉଁ ରାଜନୈତିକ ଦଳକୁ ଶାସନ କରିବାର ସୁଯୋଗ ଦେଇ ଆସିଛନ୍ତି ସେହି ଜନସାଧାରଣଙ୍କୁ ମୁଁ କହିବାକୁ ଚାହିଁବି କି ପୁରୀର ଧାର୍ମିକ ଆଦର୍ଶକୁ ବିକୃତ ଓ ବିଲୁପ୍ତ କରିବାର ପ୍ରୟାସ କରାଯାଉଛି। ଧାର୍ମିକସ୍ଥଳକୁ ପ୍ରଦର୍ଶନୀସ୍ଥଳ ବା ପିକ୍ନିକ୍ କେନ୍ଦ୍ର ବନାଇବା ଉଚିତ ନୁହେଁ। ତପସ୍ଥଳୀକୁ ଭୋଗସ୍ଥଳୀ କରିବା କଦାପି ଉଚିତ ନୁହେଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/sankaracharya-nka-press-meet-3-f.jpg)