ବିଜେପୁର ଉପନିର୍ବାଚନପାଇଁ ପ୍ରାର୍ଥୀପତ୍ର ଦାଖଲ କରିଲେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ନିଜର ଶହଶହ ସମର୍ଥକଙ୍କ ଗହଣରେ ଆସି ପଦ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ।

ପୂର୍ବରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପୂର୍ବତନ ବିଧାୟିକା ତଥା ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। । ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବିଧାନସଭା ନିର୍ବାଚନରେ ଉଭୟ ହିଂଜିଳି ଓ ବିଜେପୁର ଆସନରୁ ବିଜୟୀ ହୋଇଥିଲେ। ସେ ଏଥିମଧ୍ୟରୁ ବିଜେପୁର ଆସନର ଇସ୍ତଫା ଦେବାପରେ ଏଠାରେ ଉପନିର୍ବାଚନ ହେଉଛି । ଆସନ୍ତା ମାସ୨୧ ତାରିଖରେ ମତଦାନ ହେବ। ଏଠାରେ ୨୪ ତାରିଖରେ ଭୋଟ ଗଣତି ହେବ ।

ସମ୍ବନ୍ଧିତ ଖବର