କଟକ : ଓଡ଼ିଶା ଲୋକସେବା ଆୟୋଗ( ଓପିଏସ୍ସି)ର ନିଯୁକ୍ତି ପାଇଥିବା ଦୁଇ ଜଣ ସଦସ୍ୟଙ୍କ ମଧ୍ୟରୁ ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୋମବାର ଦିନ ଓପିଏସ୍ସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି। ଓପିଏସ୍ସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ନୂଆ ସଦସ୍ୟ ଶ୍ରୀ ମହାନ୍ତିଙ୍କୁ ଶପଥ ପାଠ କରାଇଥିଲେ।
ଓପିଏସ୍ସି କଣ୍ଡିସନ୍ ଅଫ୍ ସର୍ଭିସ୍(୧୯୫୨) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସରିତା ସୂପକାର ଓ ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ଦୁଇ ନୂଆ ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ। ସୋମବାର ଦିନ ଶ୍ରୀ ମହାନ୍ତି ଶପଥ ନେବା ସହିତ ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଓପିଏସ୍ସିର ଅଧ୍ୟକ୍ଷଙ୍କ ସହ ୪ଜଣ ସଦସ୍ୟ କାର୍ଯ୍ୟ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/WhatsApp-Image-2022-08-29-at-9.30.jpg)