ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସନାତନ ବିଶି ଅସୁସ୍ଥ

ସମ୍ବଲପୁର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସନାତନ ବିଶି ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ଶୁକ୍ରବାର ଦିନ ତାଙ୍କୁ ସ୍ଥାନୀୟ ଦ୍ରୌପଦୀ ନର୍ସିଂହୋମ୍‌ରେ ଭର୍ତ୍ତି କରା ଯାଇଥିଲା। ତାଙ୍କ ସୋଡିୟମସ୍ତର ହ୍ରାସ ପାଇବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ନର୍ସିଂହୋମ୍‌ରେ ଡା. କଞ୍ଚନ ରାୟ ତାଙ୍କ ଚିକିତ୍ସା କରୁଛନ୍ତି। କ୍ରମଶଃ ଶ୍ରୀ ବିଶି ସୁସ୍ଥ ହେଉଥିବା ବେଳେ ମଙ୍ଗଳବାର ଡିସ୍‌ଚାର୍ଜ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର