ବେତନଟୀସଦର: ବିଜେପି ଆଜି ନିଜର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ମୋଟ ୧୧୨ଟି ଆସନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ନିଜର ୨୨ଜଣ ସିଟିଂ ବିଧାୟକଙ୍କ ମଧ୍ୟରୁ ୧୭ଜଣଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଥିବା ବେଳେ ବାଲେଶ୍ୱର ସାଂସଦୀୟ କ୍ଷେତ୍ର ଅଧୀନ ମୟୂରଭଞ୍ଜର ଏକ ମାତ୍ର ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ସନାତନ ବିଜୁଳିଙ୍କଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଛନ୍ତି ବିଜେପି ସୁପ୍ରିମୋ।

Advertisment

ବଡ଼ସାହି ନିର୍ବାଚନ ମଣ୍ଡଳୀର ବିକାଶ କରିବା ପାଇଁ ତଥା ସନାତନ ବିଜୁଳିଙ୍କ ସ୍ଵଛ ରାଜନୈତିକ ଭାବମୂର୍ତ୍ତି ପାଇଁ ଦଳ ତାଙ୍କୁ ପୁଣି ଥରେ ବିଧାୟକ ଟିକେଟ ମିଳିଛି ବୋଲି କହିଛନ୍ତି ବରିଷ୍ଠ ବିଜେପି କର୍ମୀ ପ୍ରଶାନ୍ତ ପଣ୍ଡା। ଆଜି ଏହି ଖବର ସ୍ଥାନୀୟ ଞ୍ଚଳରେ ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଖେଳି ଯାଇଛି ଖୁସିର ଲହରୀ।ସ୍ଥାନୀୟ ଲୋକମାନଙ୍କ ସହ ଦଳୀୟ କର୍ମୀ ମାନେ ମିଠା ଖୁଆଇ ଖୁସି ମନାଇଛନ୍ତି।

ସେହିପରି ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସନାତନ ବିଜୁଳିଙ୍କୁ ତାଙ୍କ କଳମାସ୍ଥିତ ବାସଭବନରେ ଦଳୀୟ କର୍ମୀମାନେ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରିଛନ୍ତି। କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦୁଗୁଣିତ ହୋଇଥ‌ିବା ଦେଖ‌ିବାକୁ ମିଳିଛି। ସେହିପରି ଅନ୍ୟ ୨ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ଏବେବି ଉକ୍ତ ଆସନରେ ପ୍ରାର୍ଥୀ ଚୟନ ନେଇ ନିଜର ଅଙ୍କକଷା ଜାରି ରଖିଛନ୍ତି।