ଚମ୍ପୁଆ ବିଧାୟକଙ୍କ ଆକାଉଣ୍ଟ ଅଚଳ ମାମଲା, ଗୋଟିଏରେ କାରବାର ପାଇଁ ଅନୁମତି

କଟକ : ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଅଚଳ ମାମଲା ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକାରୀଙ୍କ ଗୋଟିଏ ଆକାଉଣ୍ଟ ସଚଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅନ୍ତରୀଣ ଆବେଦନର ଶୁଣାଣି କରି ଆବେଦନକାରୀଙ୍କ ଗୋଟିଏ ଆକାଉଣ୍ଟରେ କାରବାର କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ବ୍ୟାଙ୍କ ଆକାଉଣ୍ଟ ସଚଳ କରିବା ପାଇଁ ଅନୁମତି ଲୋଡି ଆବେଦନକାରୀ ଆବେଦନ ଦାୟର କରିଥିଲେ। ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୮, ଜାନୁଆରି ୧୨ରେ କେନ୍ଦୁଝର ନିକଟସ୍ଥ ବନାଯୋଡ଼ି ଟୋଲ ଗେଟ୍‌ ନିକଟରେ ପୁଲିସ ଲକ୍ଷାଧିକ ଟଙ୍କା ଜବତ କରିଥିଲା। ଏହି ଟଙ୍କା ଜବତ ପରେ ବିଧାୟକଙ୍କ ଆକାଉଣ୍ଟ ସହିତ ତାଙ୍କ ସହିତ ଜଡିତ ବିଭିନ୍ନ ସଂସ୍ଥାର ୫ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଥିଲା। ଏ ନେଇ କେନ୍ଦୁଝର ସଦର ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର