ନିଜ ଦଳରୁ ଇସ୍ତଫା ଦେଲେ ସନାତନ

କେନ୍ଦୁଝର: ନିର୍ବାଚନ ଆଉ ମାତ୍ର ମାସ କେଇଟା ଥିବା ବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଜନ ସମୃଦ୍ଧି ପାର୍ଟିରୁ ଚମ୍ପୁଆ ବିଧାୟକ ତଥା ପାର୍ଟିର ଅଧୢକ୍ଷ ସନାତନ ମହାକୁଡ ଇସ୍ତଫା ଦେଇଛନ୍ତି । ନିଜର ସ୍ବାସ୍ଥ୍ୟଗତ କାରଣ ପାଇଁ ସେ ଇସ୍ତଫା ଦେଉଥିବା ନେଇ ପ୍ରେସ୍‌ ବିଜ୍ଞପ୍ତି ଦେଉଥିଲେ ବି ଏହା ପଛର ଭିନ୍ନ ରାଜ‌େନୖତିକ ଦିଗକୁ ନେଇ କେନ୍ଦୁଝରରେ ଆରମ୍ଭ ହୋଇଛି ଚର୍ଚ୍ଚା। ଗତ ୨୦୧୪ ବିଧାନସଭା ନିର୍ବାଚନରେ ସନାତନ ମହାକୁଡ ଚମ୍ପୁଆ ବିଧାନସଭା ଆସନରୁ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ଦୀର୍ଘ ୫ ବର୍ଷ ଧରି ସନା ସେନା ନାମରେ ନିଜସ୍ବ ସ˚ଗଠନ ଗଢ଼ି ଜିଲ୍ଲା ବ୍ୟାପୀ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ, ଗତ ଚାରିମାସ ତଳେ ନିଜର ନୂଆ ରାଜନୈତିକ ଦଳ ‘ ଜନ ସମୃଦ୍ଧି ପାର୍ଟି’ ନିର୍ବାଚନ କମିସନଙ୍କ ନିକଟରେ ପଞ୍ଜିକୃତ କରାଇଥିଲେ। ଆଉ ମାତ୍ର ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧୢର ଏହି ପାର୍ଟିକୁ ଚିହ୍ନ ମିଳିଥା’ନ୍ତା । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ନିଜ ଦ୍ବାରା ପ୍ରତିଷ୍ଠିତ ପାର୍ଟିରୁ ସେ ଇସ୍ତଫା ଦେବାକୁ ନେଇ ନାନା ଚର୍ଚ୍ଚା ସୃଷ୍ଟି ହୋଇଛି। ଅପରପକ୍ଷରେ ସନାତନ ଇସ୍ତଫା ଦେବା ପରେ ଜନ ସମୃଦ୍ଧି ପାର୍ଟିର କ˚ଗ୍ରେସ ସହିତ ତାଙ୍କର ବୁଝାମଣା ହୋଇପାରେ ବୋଲି କେନ୍ଦୁଝରରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର