ସନାତନ ସନ୍ଥ ସମାଜର ବାର୍ଷିକ ସମ୍ମିଳନୀ ଜାନୁଆରି ୭ରେ

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୭ ତାରିଖ ରବିବାର ଦିନ ଭୁବନେଶ୍ୱର ପାତ୍ରପଡ଼ା ଉଦୟଗିରି ବିହାରସ୍ଥିତ ଭାରତ ସେବାଶ୍ରମ ସଂଘ ଆଶ୍ରମ ପରିସରରେ ସନାତନ ସନ୍ଥ ସମାଜର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଯୋଗ ଦେବାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ରହୁଥିବା ସାଧୁସନ୍ଥମାନଙ୍କୁ ଅନୁରୋଧ କରାଯାଇଛି। ଦୂରଦୂରାନ୍ତରୁ ଆସୁଥିବା ସାଧୁସନ୍ଥଙ୍କ ରହିବା ବ୍ୟବସ୍ଥା ଆଶ୍ରମ ପରିସରରେ କରାଯାଇଛି। ଏସମ୍ପର୍କରେ ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୮୭୬୩୮୩୭୩୬୫/ ୯୪୧୦୪୪୫୦୬୫ ରେ ଯୋଗଯୋଗ କରାଯାଇପାରିବ। ସମାଜସେବା ପାଇଁ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିଥିବା ବରିଷ୍ଠ ସନ୍ଥଙ୍କୁ ଉତ୍ସବରେ ସମ୍ମାନିତ କରାଯିବ। ବାର୍ଷିକ ମୁଖପତ୍ର ‘ହୀତେରତା’ ଲୋକାର୍ପିତ ହେବ। ବିଗତବର୍ଷର କାର୍ଯ୍ୟକ୍ରମକୁ ସମୀକ୍ଷା କରି ଅନୁଷ୍ଠାନର ଆଗାମୀ ଦିନର କାର୍ଯ୍ୟକ୍ରମ ନିର୍ଧାରଣ କରାଯିବ।

ସମ୍ବନ୍ଧିତ ଖବର