ଗୁଜରାଟରେ ଓଡ଼ିଆ ଶିଳ୍ପୀଙ୍କ ବାଲୁକା କଳା

ଠାକୁରମୁଣ୍ଡା: ଗୁଜୁରାଟ ବାନସକଣ୍ଠା ଜିଲ୍ଲା ଦିସାର ଭିଲଡି ଜୈନ ମନ୍ଦିର ପରିସରରେ ଜୈନଧର୍ମର କାହାଣୀକୁ ନେଇ ଓଡ଼ିଶାର ତିନିଜଣ ବାଲୁକା ଶିଳ୍ପୀ ଏବଂ ତିନିଜଣ ସହଯୋଗୀ ୧୫ଦିନ ଧରି ପରିଶ୍ରମ କରି କଳାକୃତି ନିର୍ମାଣ କରି ପ୍ରଶଂସିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଶିଳ୍ପୀ ନାରାୟଣ ସାହୁ, ମୟୂରଭଞ୍ଜର ଦଶରଥ ମହାନ୍ତଙ୍କ ସହ ଢେଙ୍କାନାଳର ସୁବ୍ରତ ମହାରଣା ଏହି ବିଶାଳ ବାଲୁକା କଳା ପ୍ରକଳ୍ପରେ ଯୋଗ ଦେଇ ଓଡ଼ିଶାକୁ ଗୌରବାନିତ୍ୱ କରିଛନ୍ତି।

ଏହି ବାଲୁକା କଳା ସମ୍ପୂର୍ଣ୍ଣ ବିଦେଶୀ ଶିଳ୍ପୀଙ୍କ ଶୈଳୀରେ ହୋଇଥିବା ବେଳେ ଭାରତରେ ପ୍ରଥମ କରି ହେଉଥିବା ଶିଳ୍ପୀ ନାରାୟଣ ସାହୁ କହିଛନ୍ତି। ତିନିଜଣ ଶିଳ୍ପୀଙ୍କ ମଧ୍ୟରୁ ପର୍ଟରେଟ୍ ପାଇଁ ଦଶରଥ ମହାନ୍ତ, ଆଧୁନିକ କଳା ପାଇଁ ନାରାୟଣ ସାହୁ ଏବଂ ପାରମ୍ପରିକ କଳା ପାଇଁ ସୁବ୍ରତ ମହାରଣା ଯୋଗ ଦେଇଥିଲେ। ଜୈନଧର୍ମର ପ୍ରତିଟି କାହାଣୀକୁ ସୁନ୍ଦର ଭାବେ ବାଲୁକା କଳାରେ ସ୍ଥାନ ଦେଇ କଳା କ୍ଷେତ୍ରରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରି ପାରିଛନ୍ତି।

ସମ୍ବନ୍ଧିତ ଖବର