ଅହମ୍ମଦାବାଦର ସାବରମତୀ କୂଳରେ ସ୍ୱଚ୍ଛଭାରତ ଓ ଗାନ୍ଧୀଙ୍କୁ ନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ପଣ କଲେ ବାପୁଙ୍କ ଚଷମା

ପୁରୀ : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗୁଜରାଟ ଅହମ୍ମଦାବାଦର ସାବରମତୀ କୂଳରେ ସ୍ୱଚ୍ଛଭାରତ ଓ ଗାନ୍ଧୀଙ୍କୁ ନେଇ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ପଟ୍ଟନାୟକଙ୍କ ବାଲୁକା କଳାକୁ ଦେଖି ପ୍ରଶଂସା କରିବା ସହ ସ୍ୱଚ୍ଛଭାରତର ଲୋଗୋ ବାପୁଙ୍କ ଚଷମା (ପ୍ରତୀକ)କୁ ବାଲୁକା କଳା ନିକଟରେ ସମର୍ପଣ କରିଥିଲ। ସ୍ୱଚ୍ଛ ଭାରତ ଅଭିଯାନର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ପଟ୍ଟନାୟକ ଏହି ବାଲୁକା କଳାକୁ ପ୍ରସ୍ତୁତ କରିଥିଲେ। ତାଙ୍କର ଏହି ସୁନ୍ଦର କଳାକୃତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏ ନେଇ ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କ ବାଲୁକା କଳା ନିକଟରେ ସ୍ୱଚ୍ଛ ଭାରତ ଲୋଗୋ (ଚଷମା) ସମର୍ପଣ କରିବା ଏକ ଗୌରବର କଥା । ବାଲୁକା କଳା ମାଧ୍ୟମରେ ସେ ସର୍ବଦା ସଚେତନତା ଜାରି ରଖିଛନ୍ତି। ସାବରମତୀ ନଦୀକୂଳରେ ପ୍ରସ୍ତୁତ ଏହି ବାଲୁକା କଳାର ଲମ୍ବ ୩୫ ଫୁଟ ଏବଂ ଓସାର ୨୫ ଫୁଟ ଥିଲା।

ସମ୍ବନ୍ଧିତ ଖବର