ଆନ୍ତର୍ଜାତିକ ପ୍ରଦର୍ଶନୀରେ ସୁଦର୍ଶନ ପୁରସ୍କୃତ

ପୁରୀ : ଆନ୍ତର୍ଜାତିକ ବାଲୁକାକଳା ପ୍ରତିଯୋଗିତାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରସ୍କୃତ ହୋଇଛନ୍ତି। ଆମେରିକାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସେ ପିପୁଲ୍‌ସ ଚଏସ୍‌ ପୁରସ୍କାର ଲାଭ କରିଛନ୍ତି। ପୁରସ୍କାର ପାଇବା ଅବସରରେ ଶ୍ରୀ ପଟ୍ଟନାୟକଙ୍କୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଅଭିନନ୍ଦନ ଜଣାଇଛନ୍ତି। ପ୍ଲାଷ୍ଟିକ୍‌ ପ୍ରଦୂଷଣ ସଂକ୍ରାନ୍ତ ‘ସେଭ୍‌ ଆୱାର୍‌ ଓସନ୍‌’ ଶୀର୍ଷକ ବାଲୁକା କଳା ପ୍ରସ୍ତୁତ କରି ସୁଦର୍ଶନ ପ୍ରଶଂସିତ ହୋଇଥିଲେ। ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ପ୍ରଖ୍ୟାତ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର