ଭଣ୍ଡାରିପୋଖରୀରେ ବାଲିମାଫିଆଙ୍କ ଆତଙ୍କରାଜ : ଅତରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ

ଭଦ୍ରକ/ଭଣ୍ଡାରିପୋରଖାରୀ : ଭଣ୍ଡାରିପୋଖରୀରରେ ଦୀର୍ଘଦିନ ଧରି ବାଲିମାଫିଆମାନେ ଆତଙ୍କରାଜ ଚଳାଇ ଆସୁଛନ୍ତି। ବୈତରଣୀ ନଦୀ ପଠାରୁ ବେଆଇନ ଭାବେ ବାଲି ଉଠାଇ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଫାଙ୍କୁଥିବା ଏଇ ମାଫିଆଙ୍କ କଳାକାରନାମା ଉପରେ ଆଜି ମଂଜୁରୀରେଡ ରାଜସ୍ୱ ନରିକ୍ଷୀକ ଓ ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାର ଚଢାଉ କରି ୫ଟି ବାଲି ବୋଝେଇ ଟ୍ରକକୁ ଜବତ କରିଥିଲେ। ବାଲି ବୋଝେଇ ଟ୍ରକର କାଗଜପତ୍ର ଯାଞ୍ଚ ବେଳେ ୩ଟି ଟ୍ରକର କାଗଜପତ୍ର ଠିକ୍ ଥିବା ବେଳେ ଦୁଇଟି ଟ୍ରକର କାଗଜପତ୍ର ଠିକ୍ ନଥିବାରୁ ସେହି ଗାଡି ଦୁଇଟିକୁ ଅଟକ ରଖାଯାଇଥିଲା। ଏହି ସମୟରେ କିଛି ବାଲିମାଫିଆ ଅତର୍କିତ ଭାବେ ମଂଜୁରିରୋଡ ଆରଆଇ ଅଫିସରେ ପଶି ସେଠାରେ ବସିଥିବା ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ ଓ ଆରଆଇ ରାମନାରାୟଣ ସାମଲ ଓ ଅନ୍ୟଜଣେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଲୁହା ରଡରେ ଅତରିକ୍ତ ତହସିଲଦାରଙ୍କ ମୁଣ୍ଡକୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। ମାଫିଆଙ୍କ ଆକ୍ରମଣରେ ଶ୍ରୀ ସ୍ୱାଇଁ ଗୁରୁତର ଭାବେ ଆହତ ହୋଇଥିଲେ। ସେହିପରି ଆକ୍ରମଣରେ ସ୍ଥାନୀୟ ଆରଆଇ ଶ୍ରୀ ସାମଲ ମଧ୍ୟ ଗୁରୁତର ହୋଇଛନ୍ତି। ଏଇ ଘଟଣାପରେ ସେଠାରେ ପରିସ୍ଥିତି ଉତ୍ତେଜନା ପ୍ରବଣ ହୋଇଥିଲା।

ଘଟଣା ସଂପର୍କରେ ଅତରିକ୍ତ ତହସିଲଦାର ଶ୍ରୀ ସ୍ୱାଇଁ ମଂଜୁରୀରୋଡ ଫାଣ୍ଡି ଓ ଭଣ୍ଡାରିପୋଖରୀ ଥାନା ଆଇଆଇସିଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆଜିର ଏଇ ଆକ୍ରମଣ ଘଟଣା ସଂପର୍କରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଭଦ୍ରକ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ବାଦକୁ କହିଛନ୍ତି। ଭଦ୍ରକ ଏସପି ରାଜେଶ ପଣ୍ଡିତ ଏଇ ଘଟଣା ଉପରେ ସ୍ଥାନୀୟ ଭଣ୍ଡାରିପୋଖରୀ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେବା ସହ ଆକ୍ରମଣକାରୀଙ୍କ ନାମରେ ତୁରନ୍ତ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରି ନଥିବା ନେଇ ଏସପି ଶ୍ରୀ ପଣ୍ଡିତ ସମ୍ବାଦକୁ କହିଛନ୍ତି।

ସମ୍ବନ୍ଧିତ ଖବର