ରାୟଗଡା: ଚିରଶ୍ରୋତା ନାଗାବଳୀ ପଠାରୁ ହେଉଛି ବେଆଇନ ବାଲି ଉଠାଣ। ନିରଵଦ୍ରଷ୍ଟା ସାଜିଛି ପ୍ରଶାସନ।ବେଆଇନ ଭାବେ ବିନା ଚାଲାଣ ଫର୍ମରେ ଆନ୍ଧ୍ରପ୍ରଦେଶକୁ ହେଉଛି ବାଲିର ଚୋରାଚାଲାଣ।ରାଜନୈତିକ ଦଳର ନେତା ସାଜିଛନ୍ତି ବାଲି ଚଲାଣର ସୂତ୍ରଧାର। ଦୈନିକ ନଦୀ ମଧ୍ୟରୁ ଜେସିବି ଦ୍ୱାରା ଶତାଧିକ ଟ୍ରାକ୍ଟର ଓ ଟ୍ରିପରରେ ବାଲି ଉଠାଣ କରି ଚୋରା ଚାଲାଣ କରାଯାଉଛି। ଅନେକ ବାଲିଘାଟ ଜିଲ୍ଲା ସଦର ମହକୁମାରେ ଥିଲେ ମଧ୍ୟ ହାତ ଗୁଞ୍ଜlନେଇ କେବଳ ଦୁଇଟି ଘାଟକୁ କେଫର୍ମ ଯୋଗାଇଛି ପ୍ରସାସନ।ବାଲି ଘାଟରେ କେ ଫର୍ମ ନଥିବା କାରଣରୁ ବାଲି ଟ୍ରାକ୍ଟର ଗୁଡିକ ଜବଦ କରି ମୋଟା ଆକାରରେ ଜୋରିମାନା ଆଦାୟ କରିବା ଫଳରେ ଜିଲ୍ଲାର ଟ୍ରାକ୍ଟର ସଙ୍ଘ ଏବେ ଧର୍ମଘଟ ରେ ବସିଛି। ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣଧୀନ କାର୍ଯ୍ୟ ବନ୍ଦ ପଡିଛି।ଏହା ଫଳରେ ଅନେକ ଖଟିଖିଆଙ୍କ ଦାନା ପାଣି ମଧ୍ୟ ବନ୍ଦ ହୋଇଛି।ଯାହାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ଟ୍ରାକ୍ଟର ୟୁନିୟନ ଓ ନିର୍ମାଣ ଶ୍ରମିକ ସଭାପତି।କିଛି ଦିନ ତଳେ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ନେତୃତ୍ୱରେ ଚଢାଉ କରାଯାଇ ମାତ୍ର ହାତଗଣତି ଟ୍ରାକ୍ଟରଏବଂ ଗୋଟିଏ ଟ୍ରକକୁ ଜବଦ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ହେଁ ବାଲି ମାଫିଆଙ୍କ ଦୌରାତ୍ମ ବନ୍ଦ ହେବାର ନାଁ ନେଉନାହିଁ।
ଅନେକ ବାଲିଘାଟର ନିଲାମ ଅବଧି ସରିଥିବା ପରେ ଏବଂ ଅନେକ ବାଲି ଘାଟରେ ନିଲାମ ନଥାଇ ବେଧଡ଼କ ଭାବେ ବାଲି ମାଫିଆମାନେ ବାଲିର ହରିଲୁଟ କରୁଛନ୍ତି। କିନ୍ତୁ ଜଣେ ଗରିବ ଲୋକ ଆବାସ ଗୃହ ନିର୍ମାଣ କରିବା ନିମନ୍ତେ ଚଢ଼ା ଦରରେ ବାଲି କ୍ରୟ କରିବାକୁ ପଡୁଛି। ଅନ୍ୟଦିଗରେ ଟ୍ରକ ଟ୍ରକ ବାଲି ବିନା ଚାଲାଣ ଫର୍ମରେ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଚୋର ଚାଲାଣ କରୁଛନ୍ତି ବାଲି ମାଫିଆ ବୋଲି ନିର୍ମାଣ ଶ୍ରମିକ ସଭାପତି ଉମା ଶଂକର ରାଓ ପ୍ରକାଶକରିଛନ୍ତି।
ପ୍ରକାଶ ଥାଉକି ରାୟଗଡା ବ୍ଲକରେ ୫ଟି ବାଲି ଘାଟ ଅଛି। କିନ୍ତୁ କୌଣସି ବି ଘାଟରେ ଲାଗିନୀ ଫଳକ।ବିଶେଷ ଭାବେ ହଂସା ବାଲି ଘାଟରେ ବେନିୟମ ଭାବେ ନଦୀ ଗର୍ଭରୁ ଜେସିବି ଦ୍ୱରା ବାଲି ଉଠାଣ ଦ୍ୱରା ନଦୀ ଗର୍ଭ ଏବଂ ପଠା ମାନଙ୍କରେ ବଡ଼ ବଡ଼ ଗର୍ତ ସୃଷ୍ଟି କରୁଛି, ଯାହା ଫଳରେ ପର୍ଯ୍ୟାୟକ୍ରମେ ନଦୀ ଏହାର ଦିଗ ପରିବର୍ତ୍ତନ କରୁଥିବା ବେଳେ କୂଳଲଙ୍ଘି ଜନବସତି ଆଡକୁ ମୁହାଉଛି ଏବଂ ଅନେକ ଲୋକଙ୍କ ଚାଷ ଜମି ନଷ୍ଟ ହେଉଛି।ନଦୀ ପଠାରୁ ଦୈନିକ ଶତାଧିକ ଟ୍ରିପ ବାଲି ମେଶିନ ଜରିଆରେ ଉତ୍ତୋଳନ କରାଯାଇ ଭାରି ଯାନ ଦ୍ୱାରା ବାହାର ରାଜ୍ୟକୁ ଚାଲାଣ ହେଉଛି। ପଡୋଶୀ ଆନ୍ଧ୍ର ବ୍ୟବସାୟୀ ରାୟଗଡାରେ ଡେରା ପାକାଇ ବେଆଇନ ବାଲି ଉତ୍ତୋଳନ କରି ପଡୋଶୀ ଆନ୍ଧ୍ରକୁ ଚୋରା ଚାଲାଣ କରୁଛନ୍ତି, ଯାହାଫଳରେ ଓଡିଶା ସରକାର ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଥିବାବେଳେ ଆନ୍ଧ୍ର ବାଲି ମାଫିଆ ମାଲାମାଲ ହେଉଛନ୍ତି। ବାହାର ରାଜ୍ୟକୁ ବାଲି ଚାଲାଣ ହେବା ନିୟମ ନଥିଲେ ମଧ୍ୟ ଆନ୍ଧ୍ର ପ୍ରଦେଶର କିଛି ବାଲି ମାଫିଆ ସ୍ଥାନୀୟ ଆଦିବାସୀଙ୍କ ନାଁ ରେ ବାଲି ଘାଟ ନିଲାମ ନେଇ ଲୋକଙ୍କୁ ହାତ କରି ଓଡିଶାରୁ ବାଲି ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି। ଜିଲ୍ଲାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ନଷ୍ଟ ହେଉଛି। ଏଥିସହ ପୁଲିସ ଓ ପ୍ରସାସନ ସବୁ ଜାଣିଶୁଣି ଚୁପ ଥିବା ସାଧାରଣରେ ଅଭିଯୋଗ ହୋଇଛି।