ଭୁବନେଶ୍ବର: ଜୟଦେବ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବାଲି ଚୋରା ଚାଲାଣ ଘଟଣା ବଢ଼ି ଚାଲିଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହା କହିଛନ୍ତି। ଗତ ୩ ମାସ ତଳେ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ତାହା ପ୍ରଭାବରେ ପ୍ରାୟ ୩ ମାସ ପର୍ଯ୍ୟନ୍ତ ବାଲି ଚୋରା ଚାଲାଣ ବନ୍ଦ ରହିଥିଲା । କିନ୍ତୁ ଏହା ଏବେ ପୁଣି ଥରେ ବଢିବାରେ ଲାଗିଛି। ବାରମ୍ବାର ଜିଲ୍ଲା ପ୍ରଶାସନକୁ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଏଥରେ ରାଜ୍ୟ ସରକାରଙ୍କ ନେତା ଓ ମନ୍ତ୍ରୀଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି ସାଂସଦ।
ଅଭିଯୋଗ ଅନୁଯାୟୀ ରାତିରେ ବାଲି ଖୋଲିବା, ମେସିନ ବ୍ୟବହାର କରିବା ଇତ୍ୟାଦି ଅପରାଧ। ତାସହିତ ବ୍ରିଜ୍ର ୫୦ ମିଟର ଉଭୟ ଉପରକୁ ଏବଂ ଭିତରକୁ ଖୋଲିବା ମଧ୍ୟ ଏକ ଅପରାଧ। ଏସବୁ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଯେଉଁଠାରେ ବିଜେଡ଼ି ନେତା ମନ୍ତ୍ରୀଙ୍କ ହାତ ରହିଥିବା କହିଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ। ଏଣୁ ଜୟଦେବ ନିର୍ବାଚନ ମଣ୍ଡଳୀର ୩୩ଟି ପଞ୍ଚାୟତବାସୀ ଜିଲ୍ଲାପାଳ ତଥା ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଯିବ। ଯଦି କୌଣସି ସୁଫଳ ନମିଳେ ତେବେ ୩୩ଟି ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଥିବା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/411e16ea-4d1d-4586-9f03-3f483c8804d7.jpg)