ପାଣିକୋଇଲି: ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ଗତକାଲି ରାତିରେ ଷଠିପୁର ନିକଟରେ ଚଢ଼ଉ କରି ୪ଟି ବାଲି ବୋଝେଇ ହାଇୱା ଜବତ କରିଛନ୍ତି। ବିଳମ୍ବିତ ରାତିରେ ଓଡି-୨୨ଟି-୮୮୯୯, ଓଡି-୦୧ଏଏମ-୩୮୬୨, ଓଡି-୨୨କିୟୁ-୭୮୬୧, ଓଡି-୨୨କେ- ୧୦୨୫ ନମ୍ବର ହାଇୱାକୁ ଜବତ କରାଯାଇ ପାଣିକୋଇଲି ପୁଲିସ ଜିମା ଦିଆଯାଇଛି।
ଚଢ଼ଉରେ ବ୍ୟାସନଗର ତହସିଲଦାର ଶ୍ରୀ ମାଝୀ, ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ, ରାଜସ୍ବ ନିରୀକ୍ଷକ ସୁଜିତ କୁମାର ସାମଲଙ୍କ ସହ ପାଣିକୋଇଲି ପୁଲିସ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/11-5.jpg)