ବ୍ରହ୍ମବରଦା: ରସୁଲପୁର ତହସିଲ ଅନ୍ତର୍ଗତ ସାମନ୍ତରାପୁର ଆରଆଇ ସର୍କଲ ବ୍ରହ୍ମବରଦା ଅଞ୍ଚଳରୁ ବ୍ରାହ୍ମଣୀ ନଦୀରୁ ପ୍ରତିିଦିନ ଶହଶହ ଟ୍ରିପ୍ ବାଲି ଅବାଧରେ ଚାଲାଣ ହେଉଛି। ଟିପର, ହାଇୱା ଆଦି ଭାରୀଯାନରେ ଅହରହ ବାଲି ପରିବହନ ହେଉଥିବାରୁ ବ୍ରହ୍ମବରଦା ସେତୁ ପ୍ରତି ବିପଦ ସୃଷ୍ଟି ହୋଇଛି। ପୋଲର କିଛି ସ୍ଥାନରେ ଫାଟ ମଧୢ ସୃଷ୍ଟି ହେଲାଣି। ରସୁଲପୁର ବ୍ଲକ ବ୍ରହ୍ମବରଦା, ମହେଶ୍ବରପୁର ଓ ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ ବ୍ରହ୍ମଣୀ ନଦୀରୁ ପ୍ରତିିଦିନ ଏହି ରାସ୍ତା ଦେଇ ଶହଶହ ବାଲି ଗାଡ଼ି ଯାଉଛି। ଚାନ୍ଦପୁର ଘାଟକୁ ବାଲି ଉତ୍ତୋଳନ ପାଇଁ ସରକାରୀ ଭାବେ ୨୦୧୯ ରୁ ଅନୁମତି ଦିଆଯାଇଛି। ଚଳିତ ବର୍ଷ ଆଉଦୁଇଟି ଅଲଗା ସ୍ଥାନରେ ବାଲି ଉଠାଇବାକୁ ଅନୁମତି ଦିଆଯାଇଛି। ସବୁଠି ସରକାରୀ ନିୟମକୁ ଉଲ୍ଲଂଘନ କରି ବାଲି ଉଠୁଥିବା ଦେଖାଯାଉଛି। ଶ୍ରମିକଙ୍କ ଦ୍ବାରା ବାଲି ବୋଝେଇ କରିବାର ନିୟମ ଥିଲେ ହେଁ ମେସିନ ଜରିଆରେ କରାଯାଉଛି। ନଦୀଗର୍ଭର ୫୦ ଫୁଟ ତଳୁ ବାଲି ଉଠାଣ ବନ୍ଦ ଥିବାବେଳେ ମେସିନ ମାଧୢମରେ ପାଣି ମିଶା ବାଲି ଉଠା ଯାଉଛି।
ନଦୀତଟରୁ ଅତଡ଼ା ଖସୁଥିବାରୁ ଅନେକ ଗାଁ ବିପଦମୁହଁରେ ଅଛନ୍ତି। ନଦୀବନ୍ଧ ମଧ୍ୟ ଦୁର୍ବଳ ହେବା ସହ ପୋଲ ଭାଙ୍ଗିବାକୁ ବସିଲାଣି। ଗାଡ଼ି ଚାଲିବା ସମୟରେ ବାଲି ଉଡ଼ିବା ଦ୍ବାରା ରାସ୍ତା ସାରା ବାଲିମୟ ହୋଇଯାଉଛି। ବାଇକ ଆରୋହୀମାନେ ଅସୁବିଧାରେ ପଡୁଛନ୍ତ। ଏଥପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/s4654fs65h4sf56h45s6fhfshsfhsffhfh.jpg)