ଚୋରଙ୍କ ଦୁଃସାହସ; ମଧ୍ୟରାତ୍ରିରେ ଘର ଅଗଣାରୁ କାଟିନେଲେ ଚନ୍ଦନ ଗଛ

ନାଲକୋନଗର: ଚୋରଙ୍କ ଦୁଃସାହସ କମ୍‌ ନୁହେଁ। ଚୋରି କରିବାକୁ ହେଲେ ଉଭୟ ବୁଦ୍ଧି ଓ ଦୁଃସାହସ ଦରକାର, ଯାହାକି ଅନୁଗୁଳ ଜିଲ୍ଲା ବଆଁରପାଳ ବ୍ଲକ ଅନ୍ତର୍ଗତ ଜରପଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଜରଡ଼ା ଗ୍ରାମରୁ ଗୋଟିଏ ଚନ୍ଦନ ଗଛକୁ ମାଫିଆମାନେ କାଟି ନେଇଛନ୍ତି।

ସୂଚନା ଅନୁସାରେ ସାଆନ୍ତସାହିର ପ୍ରଫୁଲ ସିଂ ନିଜ ବାଡ଼ିରେ କିଛି ଚନ୍ଦନ ଗଛ ଲଗାଇଛନ୍ତି। ଚନ୍ଦନ ଗଛ ବଡ଼ ହୋଇଯିବା ପରେ ଏହା ଚନ୍ଦନ କାଠ ମାଫିଆଙ୍କ ନଜରରେ ଆସିଥିଲା। ଗତକାଲି ମଧ୍ୟରାତ୍ରିରେ ମାଫିଆମାନେ ଆସି କରତ ସହାୟତାରେ ମୂଳରୁ କାଟି ନେଇଥିଲେ। ଉକ୍ତ ଚନ୍ଦନ ଗଛ ମାଲିକ କାଳେ ଉଠି ପଡିବେ ସେନେଇ କାଠ ମାଫିଆ ଗଛ କାଟି ଗଛ ଡାଳ ଓ ଏହାର ଶାଖା କାଟି କବାଟ ସାମ୍ନାରେ ରଖି ଖଣ୍ଡ ଖଣ୍ଡ କରି ନେଇଯାଇଥିଲେ। ପାଖରେ ଥିବା ଅନ୍ୟ ଚନ୍ଦନ ଗଛକୁ ୭୦% ପ୍ରତିଶତ କାଟି ଦେଇଥିବା ଦେଖିବାକୁ ମିଳିଛି। ଶ୍ରୀ ସିଂଙ୍କ କହିବା ଅନୁଯାୟୀ ଅନ୍ୟ ସବୁ ଗଛ ଗୁଡିକୁ ନେବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ। ହେଲେ ମଧ୍ୟରାତିରେ କୁକୁର ଖୁବ ଜୋରରେ ଭୋକିବାରୁ ମାଫିଆମାନେ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଚନ୍ଦନ ଗଛ ଚୋରି ସମ୍ବନ୍ଧରେ ଭୋର ସକାରେ ଅବଗତ ହୋଇଥିଲେ।

ସମ୍ବନ୍ଧିତ ଖବର