କାଶୀନଗର : ଗଜପତି ଜିଲ୍ଲାରେ ଚନ୍ଦ ତସ୍କରଙ୍କ ପ୍ରାଦୁର୍ଭାବ ଏବେ ବି ଜାରି ରହିଛି। କାଶୀନଗର ପୁଲିସ ଏକ ସିମେଣ୍ଟ୍ ଗୋଦାମରୁ ବେଆଇନ ଗଚ୍ଛିତ ଥିବା ମୂଲ୍ୟବାନ ୭୭ କିଲୋଗ୍ରାମ ଚନ୍ଦନ କାଠ ଜବତ କରିବା ସହ ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ଅମିତଦେବ ମଣ୍ଡଳ ଓ ଜନାର୍ଦ୍ଦନ ଚରତି। ଏ ନେଇ ପୁଲିସ କେସ ନଂ ୧୩୦/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ଗତକାଲି ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଅମିତଦେବ ମଣ୍ଡଳ ଗରବା ଗ୍ରାମର ସୀତାପୁର ଠାରେ ମଦ୍ୟପାନ କରି ରାତିରେ ସନ୍ଦେହଜନକ ଭାବେ ବୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ ସନ୍ଦେହରେ ଅମିତଙ୍କୁ ପଚରାଉଚରା କରିବା ପରେ ସେ ଚୋରାରେ ଚନ୍ଦନ କାଠ ଆଣି କେ.ସୀତାପୁର ଗ୍ରାମର ଜନାର୍ଦ୍ଧନକୁ ବିକ୍ରି କରିଥିବା ଜଣା ପଡ଼ିଥିଲା। ଅମିତଙ୍କ ସୂଚନା ଆଧାରରେ ପୁଲିସ ଏକ ସିମେଣ୍ଟ ଗୋଦାମ ଖାନତଲାସ କରିବା ପରେ ସେଠାରେ ମହଜୁଦ ଥିବା ୭୭ କେଜି ଚନ୍ଦନ କାଠ ଜବତ କରିଥିଲା। ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/arrest-1.jpg)