ସମ୍ବଲପୁର : ସୁପ୍ରିମ୍ କୋର୍ଟର ଓଡ଼ିଆ ଆଇନ୍ଜୀବୀ ସଂଦୀପ ମହାପାତ୍ର ରାଜ୍ୟସଭାର ଓକିଲ ମନୋନୀତ ହୋଇଛନ୍ତି। ଶ୍ରୀ ମହାପାତ୍ର ସୁପ୍ରିମ୍ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଓ ଅନ୍ୟ ତଳ କୋର୍ଟ ଗୁଡ଼ିକରେ ରାଜ୍ୟସଭା ସଂପର୍କିତ ଦେୱାନୀ ଓ ଅନ୍ୟ ମାମଲା ଗୁଡ଼ିକର ପରିଚାଳନା କରିବେ। ରାଜ୍ୟସଭାର ମହାସଚିବ ତାଙ୍କୁ ବର୍ଷକ ପାଇଁ ଏହି ନିଯୁକ୍ତି ଦେଇଛନ୍ତି।
ନୂଆପଡ଼ା ନିବାସୀ ଶ୍ରୀ ମହାପାତ୍ର ସମ୍ବଲପୁର ଜିଏମ୍ ମହାବିଦ୍ୟାଳୟରୁ ୧୯୯୪ ମସିହାରେ ସ୍ନାତକ ଡିଗ୍ରି ଲାଭ କରିଥିଲେ। ପରେ ଦିଲ୍ଲୀର ଜବାହାରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ଜେଏନ୍ୟୁରୁ ସେ ଅନ୍ତର୍ଜାତୀୟ ବ୍ୟାପାରରେ ଏମ୍ଏ, ଏମ୍ଫିଲ୍ କରିଥିଲେ। ସେ ୨୦୦୦ ମସିହାରେ ଜେଏନ୍ୟୁ ଛାତ୍ର ସଂସଦର ସଭାପତି ଥିଲେ। ଏହାପରେ ସେ ସୁପ୍ରିମ୍ କୋର୍ଟରେ ଆଇନ୍ଜୀବୀଭାବେ ନିଜର ପେସାଗତ ଜୀବନ ଆରମ୍ଭ କରିଥିଲେ। ପୂର୍ବରୁ ଭାରତର ରାଷ୍ଟ୍ରପତି ଶ୍ରୀ ମହାପାତ୍ରଙ୍କୁ ଜେଏନ୍ୟୁ ଗଭର୍ନିଂ ବଡି (ଜେଏନ୍ୟୁ କୋର୍ଟ)ର ସଦସ୍ୟ ନିଯୁକ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/samb4.jpg)