ଭଦ୍ରକ: ଭଦ୍ରକ ଅଞ୍ଚଳର ଜଣାଶୁଣା ସଙ୍ଗୀତଗୁରୁ, ସାରସ୍ୱତ ସାଧକ ରାମହରି ମହାନ୍ତିଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି। ଆଜି ସକାଳେ ଶ୍ରୀ ମହାନ୍ତିଙ୍କ ଭଦ୍ରକ କଲେଜ ରୋଡ୍ରେ ଥିବା ଜଗନ୍ନାଥପୁର ବାସଭବନରେ ପରିଲୋକ ଘଟିଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରାପ୍ତ ସାରସ୍ୱତ ସାଧକ ଶ୍ରୀ ମହାନ୍ତି ସଙ୍ଗୀତ ଉପରେ ଦୁଇଟି ପୁସ୍ତକ ରଚନା କରିଛନ୍ତି। ଭଦ୍ରକ ସଙ୍ଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ମହାନ୍ତିଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଶ୍ରୀ ମହାନ୍ତିଙ୍କ ବହୁ ଛାତ୍ରଛାତ୍ରୀ ଓ ସହରର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି।
ଭଦ୍ରକ: ସଙ୍ଗୀତ ଗୁରୁ ରାମହରି ମହାନ୍ତିଙ୍କ ପରଲୋକ
/sambad/media/post_attachments/wp-content/uploads/2018/01/bhadrak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)