ସଂଗ୍ରାମଙ୍କୁ ଝୁରୁଛି ଶଙ୍ଖଣା ମାଟି, ଶେଷକୃତ୍ୟ ସମ୍ପନ୍ନ

ହାଟଡିହି : ଯୁବନେତା ତଥା ସ୍ଥାନୀୟ ଅଞ୍ଚଳର ମାର୍ଗଦର୍ଶକ ଥିଲେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ଜେନା। ତାଙ୍କ ବିୟୋଗରେ ଜନ୍ମମାଟି ହାଟଡିହି ବ୍ଲକ୍‌ ଶଙ୍ଖଣା ଗ୍ରାମ ସ୍ତବ୍ଧ ହୋଇଯାଇଛି। ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏହି ଦୁଃଖଦ ଖବର ପାଇବା ପରେ ଗ୍ରାମରେ ଦୁଇଦିନ ହେଲା ଲୋକଙ୍କ ଘରେ ଚୁଲି ଜଳିନି। ଏକ ଶୋକାକୁଳ ପରିବେଶରେ ଆଜି ନିଜ ବାଡ଼ିରେ ସ୍ବର୍ଗତ ଜେନାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ମଧ୍ୟାହ୍ନରେ ତାଙ୍କ ମରଶରୀରକୁ ବେଲବାହାଳି ନିକଟରେ ସ୍ୱାଗତ କରାଯାଇ ଗାଁକୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା। ବାଟରେ ଆନନ୍ଦପୁର, ଶାଳବଣି ଛକ, ଦଧିବାମନପୁର, ବଞ୍ଚୋଛକ, ଛେନାପଦିଛକ, ଅଣାଛକ, ହାଟଡିହି, ଜଳକଳଙ୍ଗ, ମରୈଗାଁ ଆଦି ସ୍ଥାନରେ ଶହଶହ ଲୋକେ ତାଙ୍କ ମରଶରୀରରେ ମାଲ୍ୟାର୍ପଣ କରିଥିଲେ। ବାପି ଭାଇ ଅମର ରହେ ଧ୍ବନିରେ ପରିବେଶ ପ୍ରକମ୍ପିତ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ଶହଶହ ଲୋକ ତାଙ୍କ ଶେଷଯାତ୍ରାରେ ସାମିଲ ହୋଇ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ।

ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ପୂର୍ବତନ ବିଧାୟକ ମାୟାଧର ଜେନା, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ବିଧାୟକ ଉମାବଲ୍ଲବ ରଥ, ପୂର୍ବତନ ବିଧାୟକ ନରେନ ପଲେଇ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ବରିଷ୍ଠ କଂଗ୍ରେସ ନେତା ବିସ୍ମୟ ମହାପାତ୍ର, ରାଜନ ସାହୁ, ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କେନ୍ଦୁଝର ଜିଲ୍ଲା କଂଗ୍ରେସ ଉପସଭାପତି ନିକୁଞ୍ଜ ବିହାରୀ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଅଲେଖ ମଲ୍ଲିକ, ଅଭିଳାଶ ମାଣିଆ, ରତିକାନ୍ତ ବରାଳ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିରି ନୱାଜ, କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି, ରାଜୀବ ପଟ୍ଟନାୟକ, ରଞ୍ଜନ ଦାସ, ଲାଲା ସ୍ୱାଇଁ, ଶଙ୍କୁନା କୁଅଁର, ରଣଜିତ ପାତ୍ର, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ପୂର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ, ବିମଳ କିଶୋର ଜେନା, ଯୁବ ବିଜେଡି ସମ୍ପାଦକ ଦୀପ୍ତିରଞ୍ଜନ ଦାସ, ଦେବେନ୍ଦ୍ର କୁମାର ଜେନା, ବରିଷ୍ଠ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ଜେନା, ରବୀନ୍ଦ୍ର କୁମାର ଜେନା, ବିଜେପି ନେତା ଭଗବାନ ସହୁ, ବିଚିତ୍ର ଚକ୍ର, ହାଟଡିହି ବ୍ଲକ୍‌ କଂଗ୍ରେସ ସଭପତି ପ୍ରଶାନ୍ତ ସ୍ୱାଇଁ, ବ୍ଲକ୍‌ ଯୁବ କଂଗ୍ରେସ ସଭାପତି ଚଣ୍ଡୀପ୍ରସାଦ ପାଣିଗ୍ରାହୀ, ଚିତ୍ତରଞ୍ଜନ ପାତ୍ର ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ।

ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯିବା ଘର ବାଡ଼ିପଟେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସାନଭାଇ ଟିକିନା ଜେନା ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ସଂଗ୍ରାମ କେଶରୀ ଜେନା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ। ସେ ୨୦୧୪ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ଏହାଛଡ଼ା ସେ ଅନେକ ଯୁବ ସଂଗଠନ ସହ ଜଡ଼ିତ ଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର