ଭୁବନେଶ୍ବର : ଜିଲ୍ଲା ପରିଷଦ ସଭାପତି ପଦବି ନିମନ୍ତେ ନୂଆ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହି ଚିଠା ସଂରକ୍ଷଣ ତାଲିକାର ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ଏଥିରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ଗତ ସଂରକ୍ଷଣ ତୁଳନାରେ ଅନୁସୂଚିତ ଜାତି ବର୍ଗର ଆସନ ବୃଦ୍ଧି ପାଇଥିଲା ବେଳେ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ହ୍ରାସ ପାଇଛି।

Advertisment

ମୋଟ ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ୭ଟି ଅନୁସୂଚିତ ଜନଜାତି, ୫ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିଲା ବେଳେ ୧୮ଟି ଅସଂରକ୍ଷିତ ରହିଛି। ମୋଟ୍‌ ଆସନର ୫୦% ଅର୍ଥାତ ୧୫ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଚିଠା ବିଜ୍ଞପ୍ତି ଉପରେ ନାଗରିକମାନଙ୍କ ଠାରୁ ମତାମତ ଓ ଆପତ୍ତି ଆହ୍ବାନ କରାଯାଇଛି। ଆସନ୍ତା ୩ ତାରିଖ ଅପରାହ୍ଣ ସାଢ଼େ ୫ଟା ସୁଦ୍ଧା ନାଗରିକମାନେ ସେମାନଙ୍କ ମତାମତ/ଆପତ୍ତି ଜଣାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।