ପୁରୀ ଜିଲ୍ଲାରେ ଦିଆଯିବ ୨୪ଲକ୍ଷ ସାନିଟାରି ନାପକିନ୍

ଭୁବନେଶ୍ବର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ମହିଳା ଓ କିଶୋରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଇଛି। ବାତ୍ୟା ପରବର୍ତୀ ସମୟରେ ସେମାନେ ଯେପରି ସଂକ୍ରମଣର ଶିକାର ନ ହୁଅନ୍ତି ଓ ସମ୍ମାନଜନକ ଜୀବନଯାପନ କରିବେ ସେଥିପାଇଁ ପୁରୀ ଜିଲ୍ଲାକୁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ସାନିଟାରି ନାପକିନ୍ ଯୋଗାଇ ଦିଆଯାଇଛି। ପୁରୀ ଜିଲ୍ଲାରେ କେବଳ ୨୪ଲକ୍ଷ ସାନିଟାରି ନାପକିନ୍‌କୁ ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ଘରକୁ ଘର ବୁଲି ବିତରଣ କରାଯାଉଛି। ଆସନ୍ତା ଦୁଇମାସ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିନା ମୂଲ୍ୟରେ ଏହାକୁ ଯୋଗାଇ ଦିଆଯିବ। ଜିଲ୍ଲାର ସମସ୍ତ କିଶୋରୀ ଓ ମହିଳା ଯେଭଳି ଏହାକୁ ପାଇପାରିବେ ସେଥିପାଇଁ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ ନିର୍ଦେଶ ଦେଇଛନ୍ତି।

ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ତଦନୁଯାୟୀ ୧୯୪୫ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଶହ ଜଣଙ୍କର ଡାକ୍ତରଖାନାରେ ପ୍ରସବ ହୋଇପାରିଛି।

ସମ୍ବନ୍ଧିତ ଖବର