ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅଚଳାବସ୍ଥା। ଡାକ୍ତରଖାନାରୁ ଉଠିପାରୁନି ଅଳିଆ। କାଜୁଆଲ୍ଟିଠାରୁ ମେଡିସିନ ଓ୍ବାର୍ଡ ଯାଏଁ ସବୁଠି କୁଢ କୁଢ ଅଳିଆ। ସୁରକ୍ଷାକର୍ମୀଙ୍କ ଆନ୍ଦୋଳନକୁ ସଫେଇ କର୍ମଚାରୀ ସମର୍ଥନ ଜଣାଇବାରୁ ଏଭଳି ପରିସ୍ଥିତି ଉପୁଜିଛି। ଗୁରୁବାର ସକାଳୁ ଅଳିଆ ସଫା କରିନାହାନ୍ତି ସଫେଇ କର୍ମଚାରୀ।
ଓ୍ବାର୍ଡ ବାହାର ସମେତ ଓ୍ବାର୍ଡ ଭିତରେ ଥିବା ପରିଶ୍ରାଗାର ବି ସଫା ହୋଇନାହିଁ। ସୁରକ୍ଷାକର୍ମୀ ଓ ଅଟୋ ଚାଳକଙ୍କ ଭିତରେ ଚାଲିଥିବା ବିବାଦ ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ହନ୍ତସନ୍ତ ହେବାରେ ଲାଗିଛନ୍ତି।
କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା କର୍ମୀଙ୍କୁ ସ୍ମାର୍ଟ ଅନଲାଇନ ଅଟୋ ଚାଳକ ସଂଘର ଅଟୋ ଚାଳକମାନେ ଆକ୍ରମଣ କରିବା ଘଟଣାରେ ପୁଲିସ ଆକ୍ରମଣକାରୀକୁ ଗିରଫ କରି ନଥିବାରୁ ସୁରକ୍ଷାକର୍ମୀ ଧାରଣାରେ ବସିଛନ୍ତି ।