ସାଧାରଣ ପ୍ରଶାସନ ବିଭାଗ ଜାରି କଲା ନିର୍ଦ୍ଦେଶନାମା : ଭୁବନେଶ୍ବରରେ ସବୁ ସରକାରୀ ଅଫିସକୁ ସାନିଟାଇଜ୍‌ କରାଯିବ

ଭୁବନେଶ୍ବର : କରୋନା ସଂକ୍ରମଣ ପ୍ରତିହତ ପାଇଁ ଭୁବନେଶ୍ବରରେ ଥିବା ସମସ୍ତ ସରକାରୀ ଅଫିସକୁ ବିଶୋଧକରେ ସାନିଟାଇଜ୍‌ କରାଯିବ। ଏଥିପାଇଁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସାନିଟାଇଜ୍‌ ବେଳେ ସରକାରୀ କାଗଜ ପତ୍ର, ଫାଇଲ୍‌, ଆଲମିରା, କମ୍ପ୍ୟୁଟର୍‌ ଯେପରି ନଷ୍ଟ ନ ହୁଏ, ସେଥିପାଇଁ ଧାର୍ଯ୍ୟ ତାରିଖ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସାନିଟାଇଜ୍‌ କାର୍ଯ୍ୟ ଅଗ୍ନିଶମବାହିନୀଙ୍କ ଦ୍ବାରା ଆସନ୍ତା ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ କରିବାକୁ ସରକାର ସ୍ଥିର କରିଛନ୍ତି।

ନିର୍ଦ୍ଦେଶନାମା ଅନୁଯାୟୀ, ଗତ ୬ ଓ ୭ ତାରିଖ ଅପରାହ୍ନ ୪ଟାରେ ଲୋକସେବା ଭବନ ଏବଂ ଖାରବେଳ ଭବନକୁ ବିଶୋଧକ ସିଞ୍ଚନ କରି ବିଶୋଧନ କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟା ୫ଟା ୩୦ରେ କୃଷି ଭବନ ଓ ସୂଚନା ଓ ଲୋକସମ୍ପର୍କ ବିଲ୍ଡିଂକୁ ସାନିଟାଇଜ୍‌ କରାଯାଇଛି। ଆସନ୍ତାକାଲି ସକାଳ ୯ଟାରେ ତୋଷାଳି ଭବନ, ୨୦ ତାରିଖ ସକାଳ ୯ଟାରେ ରାଜୀବ ଭବନ ସମେତ ଅପରାହ୍ନ ୪ଟାରେ ପୁଣି ଥରେ ଲୋକସେବା ଭବନକୁ ସାନିଟାଇଜ୍‌ କରାଯିବ। ୨୧ ତାରିଖ ସକାଳ ୯ଟାରେ ଖାରବେଳ ଭବନ ଓ ଅପରାହ୍ନ ୪ଟାରେ ବିଭାଗୀୟ ମୁଖ୍ୟ ଦପ୍ତରଗୁଡ଼ିକ ସାନିଟାଇଜ୍‌ କରାଯିବ। ସେହିପରି ୨୭ ତାରିଖରେ କୃଷି ଭବନ, ସୂଚନା ଓ ଲୋକ ସମ୍ପର୍କ କୋଠା, ୨୮ରେ ତୋଷାଳୀ, ଜୁଲାଇ ୪ ତାରିଖରେ ଲୋକସେବା ଭବନ, ଜୁଲାଇ ୫ ତାରିଖରେ ରାଜୀବ ଭବନ ଓ ଖାରବେଳ ଭବନ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରରେ ବିଶୋଧକ ସିଞ୍ଚନ କରାଯିବ।

ଜୁଲାଇ ୧୧ ତାରିଖରେ କୃଷି ଭବନ ସମେତ ସୂଚନା ଓ ଲୋକସମ୍ପର୍କ କୋଠା, ୧୨ ତାରିଖରେ ତୋଷାଳୀ ଭବନ, ୧୮ ତାରିଖରେ ଲୋକସେବା ଭବନ, ୧୯ ତାରିଖରେ ରାଜୀବ ଓ ଖାରବେଳ ଭବନ ସମେତ ବିଭାଗୀୟ ମୁଖ୍ୟ ଦପ୍ତର, ୨୫ ତାରିଖରେ କୃଷି ଭବନ ଓ ସୂଚନା ଓ ଲୋକସମ୍ପର୍କ କୋଠା, ୨୬ ତାରିଖରେ ତୋଷାଳୀ ଭବନକୁ ସାନିଟାଇଜ୍‌ କରାଯିବ। ସେହିପରି ଅଗଷ୍ଟ ୧ ତାରିଖରେ ଲୋକସେବା ଭବନ, ୨ ତାରିଖରେ ରାଜୀବ ଓ ଖାରବେଳ ଭବନ ସମେତ ବିଭାଗୀୟ ମୁଖ୍ୟ ଦପ୍ତର କୋଠାରେ ବିଶୋଧକ ସିଞ୍ଚନ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର