ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଆଜି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ଦାସବର୍ମା କହିଛନ୍ତି ଯେ, ସେ ଏବେ ପୃଥକବାସରେ ରହିଛନ୍ତି । ଏଣୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ତାଙ୍କର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ବାତିଲ ହୋଇଛି । ଶ୍ରୀ ଦାସବର୍ମା ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିିଥିବା ସମସ୍ତଙ୍କୁ ପୃଥକବାସରେ ରହିବା ପାଇଁ ଅନୁରୋଧ କରିଛନ୍ତି ।
ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା କରୋନା ପଜିଟିଭ
/sambad/media/post_attachments/wp-content/uploads/2020/08/sanjay-dasburma.jpg)