ଭୁବନେଶ୍ବର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ଅଫିସର୍ ସଞ୍ଜୟ କୁମାର ସିଂହଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏ ସଂକ୍ରାନ୍ତୀୟ ଫାଇଲ୍ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିିଥିବା ସୂଚନା ଅନୁସାରେ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଶ୍ରୀ ସିଂହ ଏହି ନୂଆ ଦାୟିତ୍ବ ସହ ପୂର୍ବ ପରି ଇଡ୍କୋ ସିଏମ୍ଡି ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସୂଚନାେଯାଗ୍ୟ. ଶକ୍ତି ସଚିବ ହେମନ୍ତ କୁମାର ଶର୍ମା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଉଛନ୍ତି।