ଭୁବନେଶ୍ବର : କମିସନରେଟ୍ ପୁଲିସ୍ ଡ୍ରଗ୍ ସ୍କ୍ବାଡ୍ ମୁଖ୍ୟ ତଥା ଅତିରିକ୍ତ ପୁଲିସ୍ କମିସନର୍ ସଞ୍ଜୟ ସିଂହ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)କୁ ଯିବେ। ଏନ୍ସିବି ଉପମହାନିର୍ଦେଶକ ଭାବରେ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବା ପାଇଁ ଏହି ଆଇପିଏସ୍ ଅଫିସର୍ଙ୍କୁ ଅନୁମତି ମିଳିଛି। ତାଙ୍କ ନାମରେ କୌଣସି ମାମଲା କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଣୁ ତାଙ୍କୁ ଡେପୁଟେସନ୍ରେ ନିଆଗଲେ ରାଜ୍ୟ ସରକାରଙ୍କର ପ୍ରତିବାଦ ନାହିଁ ବୋଲି ଗୃହ ବିଭାଗ ଅତିରିକ୍ତ ସଚିବ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି।
ଅତିରିକ୍ତ କମିସନର୍ ଭାବେ ସେ କାର୍ଯ୍ୟରେ ଯୋଗ ଦେବା ପରେ ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଏକ ଡ୍ରଗ୍ସ୍କ୍ବାଡ୍ ଗଠନ କରି ଶ୍ରୀ ସିଂହଙ୍କୁ ଟିମ୍ର ମୁଖ୍ୟ କରାଇଥିଲେ। ସଞ୍ଜୟ ସିଂହଙ୍କ ଅମଳରେ ଅର୍ଥାତ୍ ଜାନୁଆରିରୁ ଜୁଲାଇ ମଧ୍ୟରେ ଭୁବନେଶ୍ବରରେ ୧କେଜି ୮୨୧ ଗ୍ରାମ୍ ବ୍ରାଉନ୍ସୁଗାର ଜବତ ହୋଇଥିଲା। ୨୯୮ କେଜି ଗଞ୍ଜେଇ ମଧ୍ୟ ଜବତ କରାଯାଇଥିଲା। ଏହି ଅଭିଜ୍ଞତା ଓ ସଫଳତା ତାଙ୍କୁ ଏନ୍ସିବିରେ ସହାୟକ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/sanjay-singh.png)
