ସଞ୍ଜୟ ଦାସବର୍ମା ଗୁରୁତର ଆହତ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଗୁରୁତର ଭାବେ ଆହତ ହୋଇଛନ୍ତି। ଗତ ୩ ତାରିଖରେ ପୁରୀରେ ହୋଟେଲ୍‌ ହଲିଡେ ରି‌େସାର୍ଟରେ ଦାସବର୍ମା ରହିଥିଲେ। ଦିନ ବେଳା ‘ଫନି’ ତାଣ୍ଡବ ରଚାଉଥିଲା ବେଳେ ହୋଟେଲ୍‌ର ସିଡ଼ି ଘର କାଚ ଭାଙ୍ଗିଯାଇଥିଲା। ସେଠାରେ ଠିଆ ହୋଇଥିବା ସମୟ‌େର ଦାସବର୍ମାଙ୍କ ଉପରେ କାଚ ଖଣ୍ଡ ପଡ଼ିଥିଲା ଓ ସେ ଭାରସାମ୍ୟ ହରାଇ ପାହାଚରେ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସେହିଦିନ ସନ୍ଧ୍ୟାରେ ପୁରୀ ହସ୍ପିଟାଲ୍‌ରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତା’ ପରଦିନ ଅର୍ଥାତ ୪ ତାରିଖ ଭୋର୍‌ରୁ ତାଙ୍କୁ ଭୁବନେଶ୍ବର ଅଣାଯାଇ ସନ୍‌ସାଇନ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏବେ ସେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର