ସଂଜୀବ ଚଢ଼ା କୃଷି ବିଭାଗର ସ୍ବତନ୍ତ୍ର ସଚିବ

ଭୁବନେଶ୍ବର : ୧୯୮୯ବ୍ୟାଚ୍‌ର ଆଇଏଫ୍‌ଏସ୍ ଅଧିକାରୀ ସଂଜୀବ କୁମାର ଚଢ଼ା କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିବା ପରେ ରାଜ୍ୟ ସରକାର ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି। ତାଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନସ୍ଥ ସମାଜ ମଙ୍ଗଳ ନିର୍ଦ୍ଦେଶକ ଥିବା ୨୦୦୭ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରଵାଲଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କୃଷି ବିଭାଗର ଯୁଗ୍ମ ସଚିବ ଥିବା ୨୦୧୩ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଶୁଭମ୍ ସାକ୍ସେନାଙ୍କୁ ରାଜସ୍ବ ବିଭାଗ ଅଧୀନସ୍ଥ ଲଘୁ ଖଣିଜ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ କୃଷି ବିଭାଗର ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏହି ୩ଟି ନିଯୁକ୍ତି ସଂକ୍ରାନ୍ତରେ ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର