ମୁଖ୍ୟସଚିବ ପାହ୍ୟାକୁ ଗଲେ ସଂଜୀବ ଚୋପ୍ରା

ଶାଶ୍ବତ, ବୀରବିକ୍ରମ, ବିଶାଳ ଦେବ ପ୍ରମୁଖ ସଚିବ

ଭୁବନେଶ୍ବର : ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଠାରୁ ଆରମ୍ଭକରି କନିଷ୍ଠଙ୍କ ପର୍ଯ୍ୟନ୍ତ ପଦୋନ୍ନତି ଦେଇଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ମୁଖ୍ୟସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଶ୍ରୀ ଚୋପ୍ରା ଏବେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପୂର୍ବଭଳି ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ବରେ ବି ରହିବେ।

ଏହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସଚିବ ବିଶାଳ କୁମାର ଦେବ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି।

ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦେଶକ ଆର୍ ଭିନିଲ୍ କ୍ରିଷ୍ଣା, ପଶୁ ସଂପଦ ନିର୍ଦେଶକ ରତ୍ନାକର ରାଉତ, ବିଧାନସଭା ସଚିବ ଦାଶରଥୀ ଶତପଥୀ କମିସନର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନେ ନିଜ ନିଜ ଦାୟିତ୍ବରେ ପୂର୍ବଭଳି ରହିବେ।

ସେହିଭଳି ଗୃହ ବିଭାଗର ଅତିରିକ୍ତ ସଚିବ ପ୍ରଫୁଲ୍ଲ ପ୍ରଧାନ ପଦୋନ୍ନତି ପରେ ସ୍ବତନ୍ତ୍ର ସଚିବ ଭାବେ ସେହିଠାରେ କାର୍ଯ୍ୟ କରିବେ। ପଦୋନ୍ନତି ପରେ ଆଇଏଏସ୍ ବେଣୁଧର ବେହେରା, ଆଇଏଏସ୍ ଡ. ସୁରେଶ ଚନ୍ଦ୍ର ଦଳାଇ, ଆଇଏଏସ୍ ଦେବେନ୍ଦ୍ର କୁମାର ଜେନା ମଧ୍ୟ ଯଥାକ୍ରମେ ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ଏବଂ ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ। ଅବକାରୀ କମିସନର ଅଞ୍ଜନ କୁମାର ମାଣିକ୍‌ଙ୍କୁ ମଧ୍ୟ ପଦୋନ୍ନତି ମିଳିଛି। ସେ ସେହିଠାରେ ହିଁ କାର୍ଯ୍ୟ କରିବେ।

ଆଇଏଏସ୍ ଭୁପେନ୍ଦ୍ର ସିଂହ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଡ. ଏମ୍ ମୁଥୁକୁମାର, ବି ପରମେଶ୍ବରନ୍, ଗୁହାପୁନମ୍ ତାପସ କୁମାର, ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ବ୍ରମ୍, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ, ବଟକୃଷ୍ଣ ଦେହୁରିଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେହିଭଳି ଆଇଏଏସ୍ ଅନୁପମ୍ ସାହ, ନିଖିଲ ପବନ କଲ୍ୟାଣ, ମନିଷ ଅଗ୍ରଵାଲ, ବିନୀତ ଭରଦ୍ବାଜ, ଡ, ପୋମା ଟୁଡୁ, ସ୍ମୃତିରଂଜନ ପ୍ରଧାନ, ସିଦ୍ଧାର୍ଥ ଦାସଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ୨୦୧୭ ବ୍ୟାଚ୍ ଆଇଏଏସ୍ ପି ଅନ୍ବେଷା ରେଡ୍ଡି, ପାଟିଲ୍ ଆଶିଷ ଈଶ୍ବର, ଟିଏସ୍ ଦିବାକର, ହେମକାନ୍ତ ସାଏଙ୍କୁ ବି ପଦୋନ୍ନତି ମିଳିଛି।

ସମ୍ବନ୍ଧିତ ଖବର