୭ଟି ଆକାଉଣ୍ଟ ଆଉ ଦୁଇ ଜଣଙ୍କୁ ବିବାହ ପ୍ରସ୍ତାବ ଦେଇ ତଥ୍ୟ ନେଇଥିଲେ ରହସ୍ୟମୟୀ

ଭୁବନେଶ୍ୱର: ଫେସବୁକରେ ୭ଟି ଆକାଉଣ୍ଟ ସହ ଭିନ୍ନ ଫଟୋ ଓ ପରିଚୟ ଦେଇଥିଲେ | କଥା ଏତିକିରେ ସରିନଥିଲା ଦୁଇ ଜଣଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ | ରହସ୍ୟମୟୀଙ୍କ ବାବଦରେ ଆଜି କିଛି ଏଭଳି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା | ଏଡିଜିଙ୍କ ସୂଚନା ମୁତାବକ ଚାନ୍ଦିପୁର ଡିଆରଡିଓ ଗୁପ୍ତ ତଥ୍ୟ ମାମଲାରେ ୭ ଦିନିଆ ରିମାଣ୍ଡ ସରିବା ପରେ ଆଜି ୫ ଅଭିଯୁକ୍ତଙ୍କୁ କୋର୍ଟରେ ହଜାର କରାଯାଇଥିଲା | ଆବଶ୍ୟକ ପଡ଼ିଲେ ପୁଣି ଥରେ ସେମାନଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ |

ସେହିପରି ରହସ୍ୟମୟୀ ଯୁବତୀ ଜଣକ ସୋସିଆଲ ମିଡିଆ ମାଧ୍ୟମରେ କଥା ହେଉଥିଲେ | ଦୁଇଜଣ ଅଭିଯୁକ୍ତଙ୍କ ସହ ଭିଡ଼ିଓ କଲରେ କଥା ହେଉଥିଲେ | ବିଭିନ୍ନ ନାମରେ ଫେସବୁକରେ ୭ଟି ଆକାଉଣ୍ଟ କରିଥିବାବେଳେ ସମସ୍ତ ଆକାଉଣ୍ଟରେ ଭିନ୍ନ ଫଟୋ ଓ ପରିଚୟ ଦେଇଥିଲେ | କେବଳ ଚାଟିଙ୍ଗ ବା ଭିଡିଓ କଲରେ ସୀମିତ ନଥିଲେ ଯୁବତୀ |

ବରଂ ଦୁଇ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ | ଏଡିଜି କହିଛନ୍ତି ଯେ ଦୁବାଇର ଯେଉଁ ଆକାଉଣ୍ଟରୁ ଟଙ୍କା ଆସିଥିଲା ତାହାର ତଦନ୍ତ ଚାଲିଛି ଓ ଆଉ କେଉଁ ମାଧ୍ୟମରୁ ଟଙ୍କା ଆସିଛି ତାହାର ଖୋଳତାଡ କରାଯାଉଛି | ସେହିପରି ୟୁନାଇଟେଡ଼ କିଙ୍ଗଡମର ନମ୍ବର ଓ ମହିଳାଙ୍କ ପ୍ରକୃତ ପରିଚୟ ଜାଣିବାକୁ ମଧ୍ୟ ଉଦ୍ୟମ କରାଯାଉଛି |

ସମ୍ବନ୍ଧିତ ଖବର