ବାହାର ରାଜ୍ୟରୁ ଫେରିବା ପରେ କ୍ବାରେଣ୍ଟିନରେ ଶଙ୍କରଚାର୍ଯ୍ୟ ଓ ୧୪ ଶିଷ୍ୟ

୫୦ ସଙ୍ଗରୋଧଙ୍କ ଘରେ ଲାଗିଲା ପୋଷ୍ଟର

ପୁରୀ : ବାହାର ରାଜ୍ୟରୁ ଫେରିବା ପରେ ଜଗତଗୁରୁ ଶଙ୍କରଚାର୍ଯ୍ୟ ଏବଂ ତାଙ୍କ ସାଙ୍ଗରେ ଥିବା ୧୪ ଜଣ ଶିଷ୍ୟ ଓ ପରିକର ଆଜି ଠାରୁ କ୍ବାରାଣ୍ଟିନରେ ରହିଛନ୍ତି। ଗୋବର୍ଦ୍ଧନ ମଠ ପରିସରରେ ଜଗତଗୁରୁଙ୍କ ସହ ଅନ୍ୟମାନେ ଏହି କ୍ବାରାଣ୍ଟିନରେ ରହିଛନ୍ତି। ଜଗତଗୁରୁ ଶଙ୍କରଚାର୍ଯ୍ୟଙ୍କ ସହ ଅନ୍ୟମାନେ ସୁସ୍ଥ ଥିବା ଗୋବର୍ଦ୍ଧନ ମଠ ମୁଖପାତ୍ର ମନୋଜ କୁମାର ରଥ କହିଛନ୍ତି।

ଶ୍ରୀ ରଥଙ୍କ ସୂଚନା ମୁତାବକ, ଜଗତଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ମାସେ ହେବ ବାହାର ରାଜ୍ୟର ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ। ପ୍ରଥମେ ବିହାର, ପରେ ଉତ୍ତରପ୍ରଦେଶର ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇଥିଲେ। ଶେଷରେ ନୋଏଡାରେ ଏକ ଧାର୍ମିକ କାର୍ଯ୍ୟରେ ଯୋଗଦେଇ ଦିଲ୍ଲୀ ଫେରିବା ପରେ ସେଠାରୁ ବିମାନ ଯୋଗେ ଗତକାଲି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରଠାରେ ପହଞ୍ଚିଥିଲେ। ପରେ ସଂଧ୍ୟାରେ ପୁରୀସ୍ଥିତ ଗୋବର୍ଦ୍ଧନ ମଠରେ ପହଞ୍ଚିଥିଲେ। ତଥାପି ସଂକ୍ରମଣ ଆଶଙ୍କା ରହିଥିବାରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଶି‌ଷ୍ୟମାନଙ୍କ ସହ ଗୋବର୍ଦ୍ଧନ ମଠରେ କ୍ବାରାଣ୍ଟିନରେ ରହିଛନ୍ତି। ଅନ୍ୟପଟେ ଦୈନିକ ଶଙ୍କରଚାର୍ଯ୍ୟଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଗୋବର୍ଦ୍ଧନ ପୀଠ ମନା ହୋଇଛି। ଦର୍ଶନ ବନ୍ଦ କରାଯାଇଛି। ‘କରୋନା’ ଭୂତାଣୁର ସଂକ୍ରମଣକୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ମୁଖପାତ୍ର ଶ୍ରୀ ରଥ କହିଛନ୍ତି।

୫୦ ସଙ୍ଗରୋଧଙ୍କ ଘରେ ଲାଗିଲା ପୋଷ୍ଟର
ସମ୍ବଲପୁର : ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଘରେ ପୋଷ୍ଟର ଲଗାଇଲା ସ୍ବାସ୍ଥ୍ୟ ବିଭାଗ। ଗୋଟିଏ ଦିନରେ ୫୦ ଜଣଙ୍କ ଘର ସମ୍ମୁଖରେ ଏହା ଲଗାଯାଇଛି। କରୋନା ଭୁତାଣୁ ସଂକ୍ରମଣ ସନ୍ଦେହରେ ପ୍ରଶାସନ ନଜରରେ ଥିବା ଘରଗୁଡ଼ିକ ସମ୍ପର୍କରେ ଲୋକଙ୍କ ଅବଗତି ପାଇଁ ସରକାରଙ୍କ ନିର୍ଦେଶରେ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର