ପୁରୀ: ଚତୁର୍ଦ୍ଧା ମୂର୍ତ୍ତି ରଥରେ ବିଜେ କରିବା ପରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ତିନି ରଥକୁ ଯାଇ ଦିଅଁମାନଙ୍କୁ ଦର୍ଶନ କରିଛନ୍ତି।

Advertisment

ଏହା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ତାମଜାନରେ ବସି ଛେରା ପହଁରା ପାଇଁ ଆସିବେ। ତା’ପରେ ରଥଟଣା ଆରମ୍ଭ ହେବ।

ଆଜି ସକାଳ ୮: ୩୦ ରେ ରଥଯାତ୍ରା ପାଇଁ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ପହଣ୍ଡିରେ ପ୍ରଥମେ ଆସିଥିଲେ ସୁଦର୍ଶନ। ତାଙ୍କ ପଛକୁ ବଡ଼ଠାକୁର ବଳଦେବ, ଭଉଣୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ଶେଷରେ ମଦନମୋହନ ରଥକୁ ବିଜେ କରିଥିଲେ।
ସକାଳ ୮: ୧୫ରେ ରଥ ପ୍ରତିଷ୍ଠା କରାଯିବା ପରେ ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା।

publive-image

ଅପରାହ୍ଣ୨ରୁ୩ଟାଭିତରେଛେରାପହଁରାନୀତିଶେଷପରେ୩ଟାରୁ୪ଟାଭିତରେଚାରମାଳଫିଟାହୋଇତିନିରଥରେଘୋଡ଼ାସାରଥୀଲାଗିବାକାମଶେଷହେବ।ଅପରାହ୍ଣ୪ଟାରେରଥଟଣାଆରମ୍ଭହେବ।ଶ୍ରୀଗୁଣ୍ଡିଚାମନ୍ଦିରନିକଟରେତିନିରଥପହଞ୍ଚିବାପରେଅନ୍ୟାନ୍ୟନୀତିଆରମ୍ଭହେବ