କୋରେଇ: କୋରେଇ ବ୍ଲକ୍ ଅନ୍ତର୍ଗତ ଶଙ୍ଖଚିଲାର ମା’ ହିଙ୍ଗୁଳାଙ୍କ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ଆଜି ସକାଳେ ଅଙ୍କୁରାରୋପଣ ଓ ଅପରାହ୍ଣରେ ଘଟ ସ୍ଥାପନ କରାଯାଇଛି। ସନ୍ଧ୍ୟାରେ ସହସ୍ରାଧିକ ଶ୍ରଦ୍ଧାଳୁ କଳସ ଶୋଭାଯାତ୍ରାରେ ମା’ଙ୍କ ପୀଠରୁ ବାହାରି ହାଟପଡ଼ିଆ ନିକଟରେ ଥିବା ପୋଖରୀରେ ପହଞ୍ଚିଥିଲେ। ଆସନ୍ତାକାଲି ଠାରୁ ମା’ଙ୍କ ଯଜ୍ଞୋତ୍ସବ ଆରମ୍ଭ ହେବା ସହିତ ୭ ତାରିଖରୁ ନାମଯଜ୍ଞ ଆରମ୍ଭ ହେବ। କଳସ ଶୋଭାଯାତ୍ରାରେ ଠାକୁରପାଠଣା ଓ କୁରୁପଦା ଗ୍ରାମବାସୀ ବାଡ଼ିଖେଳ ପ୍ରଦର୍ଶନ କରିଥିଲେ। ସିଂହବାଜା, ତେଲିଙ୍ଗିବାଜା ଓ ଢୋଲବାଦ୍ୟରେ ବାଲିଦାଣ୍ଡ ପୂରି ଉଠିଥିଲା।
ଶୋଭାଯାତ୍ରାରେ ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ(ବାବୁଲି), ଉପସଭାପତି ପ୍ରଭାତ ପଥାଳ, ସହସମ୍ପାଦକ ଅନନ୍ତ ଚରଣ ମଲିକ, ନୀତି ସମ୍ପାଦକ ମହେନ୍ଦ୍ର କୁମାର ନାୟକ, କମିଟି ସଦସ୍ୟ ରଘୁନାଥ ସାହୁ, ରମେଶ ଚନ୍ଦ୍ର ସାହୁ, ଦଶରଥ ନାୟକ, ମହେଶ୍ବର ଖୁଣ୍ଟିଆ, ବାବୁଲାଲ ଗୁରୁ, ସୁରେନ୍ଦ୍ର କୁମାର ସାହୁ, ମଣି ଚରଣ ପଣ୍ତା, ବଳରାମ ସାହୁ, କୋଷାଧ୍ୟକ୍ଷ ଅମୂଲ୍ୟ କୁମାର ସାହୁ, ଚକ୍ରଧର ସାହୁ, ପୂଜକ ରବୀନ୍ଦ୍ର କୁମାର ମିଶ୍ର, କମଳେନ୍ଦୁ ମିଶ୍ର, ବାମଦେବ ପାଢ଼ୀ, ଲକ୍ଷ୍ମୀଧର ପାଣିଗ୍ରାହୀ, ଗୌରାଙ୍ଗ କବି, ଅନିରୁଦ୍ଧ ପଣ୍ତା, ଲକ୍ଷ୍ମୀଧର ଅଧିକାରୀ, ନିରଂଜନ ପଣ୍ତା, ରାମଚନ୍ଦ୍ର ପାଢ଼ୀ, ଦୁର୍ଯ୍ୟୋଧନ ପାଢ଼ୀ, ରଘୁନାଥ ନନ୍ଦ, ଗୌରାଙ୍ଗ ପଣ୍ତା, ରବିନାରାୟଣ ପଣ୍ତା, ଅନନ୍ତ କୁମାର ପଣ୍ତା, ବଳରାମ ଦାଶ, ନିର୍ମଳ ପଣ୍ତା, ପରମାନନ୍ଦ ପାଣିଗ୍ରାହୀ, ବାମଦେବ ପାଢ଼ୀ ଓ କାହ୍ନୁଚରଣ ପାଢ଼ୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/28-3.jpg)