ୟୁଜିସି ପାଠ୍ୟକ୍ରମରେ ସନ୍ଥ କବି ଭୀମ ଭୋଇ

ବରଗଡ଼ : ଗତ ଅଗଷ୍ଟ ମାସ‌ରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜରୀ କେନ୍ଦ୍ର ରାଜ୍ୟ ଶିକ୍ଷାମନ୍ତ୍ରୀ ଡ. ସୁବାସ ସରକାରଙ୍କୁ ଚିଠି ଲେଖିଥିଲେ। ଏଥିରେ ନୂଆ ଶିକ୍ଷା ନୀତିର ୟୁଜିସି ପାଠ୍ୟକ୍ରମରେ ସନ୍ଥକବି ଭୀମ ଭୋଇଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାର ପ୍ରତ୍ୟୁତ୍ତର ରଖିଛନ୍ତି ଡ. ସରକାର। ଏନେଇ ୟୁଜିସିର ପରାମର୍ଶ ପରେ ବିଶେଷଜ୍ଞ କମିଟି ସହ ଆଲୋଚନା ହୋଇଥିଲା। ୟୁଜିସି-ନେଟ୍‌ ପାଠ୍ୟକ୍ରମର ଦର୍ଶନ ଶାସ୍ତ୍ର ୟୁନିଟ୍‌-୫ରେ ଏହା ସାମିଲ ରହିଛି। ଡିସେମ୍ବର ମାସରେ ଏହି ପାଠ୍ୟକ୍ରମର ଅପ୍‌ଡେଟ୍‌ ପରେ ପୁନର୍ବାର ସନ୍ଥକବିଙ୍କ ଉପରେ ଥିବା ବିଷୟବସ୍ତୁକୁ ପରିବର୍ଦ୍ଧିତ କରାଯିବ ବୋଲି ଶିକ୍ଷାମନ୍ତ୍ରୀ ଡ. ସରକାର ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର