ସ୍ୟାଣ୍ଟ ମିଜାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର/ଚାନ୍ଦିପୁର : ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ସୋମବାର ଆକାଶମାର୍ଗରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ‘ସ୍ୟାଣ୍ଟ’ର ସଫଳ ପରୀକ୍ଷଣ କରାଯାଇଛି। ୧୫ରୁ ୨୦ କିଲୋମିଟର ଏହାର ଲକ୍ଷ୍ୟଭେଦ କ୍ଷମତା ରହିଥିବାବେଳେ ୪୩ କେଜି ଓଜନ ଏବଂ ଲମ୍ବ ୧.୮୫ ମିଟର ରହିଛି। ଏଥିରେ ୮ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଥିବା ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ସ୍ୟାଣ୍ଟ୍‌ ମିଜାଇଲକୁ ବାୟୁସେନାରେ ବ୍ୟବହାର କରାଯାଇପାରିବ। ପରୀକ୍ଷଣ ସଫଳ ହେବା ପରେ ଡିଆରଡିଓର ବୈଜ୍ଞାନିକମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି। ଗତକାଲି ଚେନ୍ନାଇ ଉପକୂଳରୁ ଭାରତୀୟ ନୌସେନା ଦ୍ବାରା ସୁପରସୋନିକ କ୍ରୁ୍ଜ ମିଜାଇଲ୍‌ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର