ବିଜେପିରୁ ଇସ୍ତଫା ଦେଲେ ସନ୍ତୋଷ ଜେନା

ଜଟଣୀ : ଖୋର୍ଦ୍ଧା ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଜେନା ଆଜି ନିଜର ସମର୍ଥକମାନଙ୍କ ସହିତ ବିଜେପିରୁ ଇସ୍ତଫା ଦେଇଛନ୍ତି। ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ତାଙ୍କୁ ବିଜେପି ଟିକେଟ ନ ମିଳିବାରୁ ସେ ଏଭଳି ନିଷ୍ପତ୍ତି େନଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଶ୍ରୀ ଜେନା ଲେଖିଛନ୍ତି, ୧୯୮୪ ମସିହାରୁ ବିଜେପି ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଛନ୍ତି। ଦଳ ପକ୍ଷରୁ ଯେତେବେଳେ ଯେଉଁ ଦାୟିତ୍ବ ଦିଆଯାଇଛି, ତାକୁ ସେ ସୂଚାରୁ ରୂପେ ନିର୍ବାହ କରିଛନ୍ତି। ଗତ ଦୁଇଟି ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସହଯୋଗ କରିବାକୁ ତାଙ୍କୁ କୁହାଯାଇଥିଲା। ଏପରକି ୨୦୧୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେଲେ ୨୦୧୯ରେ ତାଙ୍କୁ ଟିକେଟ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାଙ୍କୁ ଏଥର ମଧ୍ୟ ଅଣଦେଖା କରାଯାଇଥିବାରୁ ସେ ନିଜର ସମର୍ଥକମାନଙ୍କ ସହିତ ବିଜେପିରୁ ଇସ୍ତଫା ଦେଉଛନ୍ତି ବୋଲି ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର