ସନ୍ତୋଷ ରଥ ଭୀମଭୋଇ ଚେୟାର ପ୍ରଫେସର ହେଲେ

ଭୁବନେଶ୍ବର : ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ଜଣାଶୁଣା ଗବେଷକ ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ରଥ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ‌େର ଭୀମଭୋଇ ଗବେଷଣା ଚେୟାରର ପ୍ରଥମ ‘ଚେୟାର ପ୍ରଫେସର’ ଭାବେ ନିଯୁକ୍ତ ହୋଇଛନ୍ତି। ତିନି ବର୍ଷ ପାଇଁ ନିଯୁକ୍ତ ପ୍ରଫେସର ରଥଙ୍କ କାର୍ଯ୍ୟକାଳରେ ଗବେଷଣା ସନ୍ତୋଷଜନକ ହେଲେ ଆହୁରି ଦୁଇବର୍ଷ ଏହା ବଢ଼ିପାରିବାର ବ୍ୟବସ୍ଥା ରହିଛି। ୧୯୭୯-୮୧ରେ ପଶ୍ଚିମବଙ୍ଗର ଶାନ୍ତିନିକେତନସ୍ଥିତ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟରେ ଓଡ଼ିଆରେ ସ୍ବର୍ଣ୍ଣପଦକପ୍ରାପ୍ତ ଶ୍ରୀ ରଥ ପରେ ଓଡ଼ିଶାର ତିନୋଟି କଲେଜରେ ଅଧ୍ୟାପନା କରି ଗତବର୍ଷ ଅବସର ଗ୍ରହଣ କରିଥିଲେ। ନିଜ ପିଏଚ୍.ଡି ସନ୍ଦର୍ଭ ‘ଓଡ଼ିଆ ଉପନ୍ୟାସରେ ଶିଳ୍ପରୀତି: ଫକୀରମୋହନ’ ସମେତ ୧୫ ପୁସ୍ତକ ଓ ବହୁ ଜାତୀୟ, ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ଭିତ୍ତିପ୍ରବନ୍ଧ ଲେଖିଥିବା ପ୍ରଫେସର ରଥ ନିକଟରେ ‘ଆମ ଓଡ଼ିଶା’ କର୍ତ୍ତୃକ ପ୍ରକାଶିତ ‘ଓଡ଼ିଆ ସାହିତ୍ୟ କୋଷ’ ପାଇଁ ଲେଖିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ପ୍ରକାଶ ପାଉଥିବା ‘ଷ୍ଟାଣ୍ଡାର୍ଡ ଓଡ଼ିଆ ଗ୍ରାମାର’ ବହିର ସଂପାଦନାମଣ୍ଡଳୀର ମଧ୍ୟ ସଦସ୍ୟ ଅଛନ୍ତି। ସାହିତ୍ୟ ଅକାଦେମି ଓ ସାରଳା ସାହିତ୍ୟ ସମ୍ମାନ ଭଳି ସମ୍ମାନଜନକ ପୁରସ୍କାର ଚୟନ କମିଟିରେ ଅତୀତରେ ଜୁରିଭାବେ କାର୍ଯ୍ୟ କରିଥିବା ପ୍ର. ରଥ ମଧ୍ୟ ଓଡ଼ିଶା ସାହିତ୍ୟ ଏକା‌େଡମିର ପ୍ରାକ୍ତନ ସଦସ୍ୟ। କୋଶଲି ସାହିତ୍ୟରେ ମଧ୍ୟ ସେ ଜଣେ ଗବେଷକ ଭାବେ ପରିଚିତ।

ସମ୍ବନ୍ଧିତ ଖବର