କଟକ: ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧକାରୀ ସନ୍ତୋଷ ଉପାଧ୍ୟୟ । ୧୯୮୮ ବ୍ୟାଚର ଆଇପିଏସ ଅଧକାରୀ ହେଉଛନ୍ତି ସନ୍ତୋଷ ଉପାଧ୍ୟୟ। ଗତକାଲି ଅଗ୍ନିଶମ ଡିଜି ଭାବରେ ସନ୍ତୋଷ ଉପାଧ୍ୟୟଙ୍କୁ ବଦଳି କରିଥିଲେ ସରକାର। ପୂର୍ବରୁ ଅରୁଣ ରାଏ ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଦାୟିତ୍ୱ ତୁଲାଉଥିଲେ । ତେବେ ଆଜି ନୂତନ ଅଗ୍ନୀଶମ ଓ ହୋମଗାର୍ଡ ଡିଜି ଭାବେ ସନ୍ତୋଷ ଉପାଧ୍ୟାୟ ଦାୟିତ୍ବ ଗ୍ରହଣ କରିଛନ୍ତି । ମୁଖ୍ୟାଳୟରେ ପହଂଚିବା ପରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ପରେ ସେ ଓଡ଼ିଶା ଅଗ୍ନୀଶମ ବିଭାଗ ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିଥିବାରୁ ଖୁସି ପ୍ରକଟ କରିଥିଲେ। ଏହି ଅବସରରେ ବିଭାଗକୁ ଆହୁରି ଭଲ କରି ଗଢ଼ି ତୋଳିବାକୁ ଉଦ୍ୟମ ହେବ ବୋଲି ସେ କହିଥିଲେ।
ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧକାରୀ ସନ୍ତୋଷ ଉପାଧ୍ୟୟ
/sambad/media/post_attachments/wp-content/uploads/2022/04/Untitled-141.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)