ରାଜଘାଟ: ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁ ଗାଁରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲୁଛନ୍ତି।। ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଡାକ୍ତର କର୍ମଚାରୀ ନିଯୁକ୍ତି ସହ ଓ ଭିତ୍ତିଭୂମି ସଜାଡିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଗ୍ରାାମଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁନାହିଁ। ଡାକ୍ତର ନଥିବାରୁ ଅଧିକାଂଶ ସମୟରେ ଡାକ୍ତରଖାନା ବନ୍ଦ ରହୁଛି। କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ଭିତ୍ତିଭୂମି ନାହିଁ। ଏହିଭଳି ଏକ ଡାକ୍ତରଖାନା ହେଉଛି ବସ୍ତା ବ୍ଲକର ସନ୍ତୋଷପୁର ଭେଲୋରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର।
ଏଠାରେ ୧୦ ବର୍ଷ ହେଲା ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟକର୍ମଚାରୀମାନେ ସେବା ଯୋଗାଉଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସୁବିଧାରେ ସ୍ବାସ୍ଥ୍ୟସବା ଯୋଗାଇବା ପାଇଁ ବସ୍ତା ବ୍ଲକର ସନ୍ତୋଷପୁର ପଞ୍ଚାୟତର ଭେଲୋରା ଠାରେ ପ୍ରତିଷ୍ଠା ହୋଇଥିବା ଭେଲୋରା ପ୍ରାଥମିକ ସ୍ବାସ୍ଥ୍ରକେନ୍ଦ୍ର ଆଜକୁ ଦୀର୍ଘ ବର୍ଷ ହେଲା ପ୍ରତିଷ୍ଠା ହୋଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ ବର୍ଷ ହେଲା ଡାକ୍ତର ନଥିବାରୁ ଲୋକମାନେ ନାନା ହଇରାଣ ହେଉଛନ୍ତି। ଗୁରୁତର ରୋଗୀ ବସ୍ତା କିମ୍ବା ବାଲେଶ୍ବର ଡାକ୍ତରଖାନା ଯିବାକୁ ବାଧ୍ୟ ହେଉଛନ୍ତି। ଡାକ୍ତର ନଥିବାରୁ ଏହି ଡାକ୍ତରଖାନା ଫାର୍ମାସିଷ୍ଟ ଓ ପିଅନଙ୍କ ହାତରେ ଚାଲିଛି। ଏଥିପାଇଁ ପୂର୍ବରୁ ବହୁ ରାଜନୈତିକ ଦଳର ନେତା, ଶିକ୍ଷାବିତ, ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଛି। ହେଲେ ଫଳ କିଛି ମିଳିନାହିଁ।
ଆଖପାଖ ୭/୮ଟି ପଞ୍ଚାୟତର ୧୦ ହଜାରୁ ଅଧିକ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ତେବେ ସ୍ବାସ୍ଥ୍ୟସେବା ପାଇ ପାରୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାତିଅଧରେ ଲୋକେ ବସ୍ତା କିମ୍ବା ବାଲେଶ୍ବର ଡାକ୍ତରଖାନା ଯାଉଛନ୍ତି ନ ହେଲେ ଗାଁରେ ବୁଲୁଥିବା କ୍ବାକ୍ମାନଙ୍କ ଠାରୁ ଔଷଧ ନେଇ ଖାଇବାକୁ ପଡୁଛି। ଡାକ୍ତର ନ ଥିବାରୁ କର୍ମଚାରୀମାନେ ଡାକ୍ତରଖାନାରେ ତାଲା ପକାଇ ଘରକୁ ପଳାଇ ଯାଉଛନ୍ତି। ଅଞ୍ଚଳବାସୀ ଡାକ୍ତର ନିଯୁକ୍ତି ଦାବିରେ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/phc-santospur-balasore.jpg)