ସମର୍ଥନ କରି ଚିଠି ଲେଖିଲେ ଶରଦ ପାୱାର

ଭୁବନେଶ୍ବର: ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବିଜେଡିର ଅଭିଯାନକୁ ଏନ୍‌ସିପି ନେତା ଶରଦ ପାୱାର ସମର୍ଥନ କରିଛନ୍ତି। ଏହି ପ୍ରସଙ୍ଗରେ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ୧୯୯୧ ମସିହାରେ ମୁଁ ମହରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲା ବେଳେ ମହିଳା ସଶକ୍ତିକରଣ ପାଇଁ ଆଇନ୍‌ ପ୍ରଣୟନ କରିଥିଲି। ସେହି ଆଇନ୍‌ ବଳରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ପୌରସଂସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଗଲା। ୨୦୧୧ ଏପ୍ରିଲ୍‌ରେ ମହାରାଷ୍ଟ୍ର ବିଧାନସଭା ପଞ୍ଚାୟତ ଓ ପୌରସଂସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଆଇନ୍ ପ୍ରଣୟନରେ ମହିଳାଙ୍କୁ ଭାଗ ନେବାର ସୁଯୋଗ ଦେବା ଓ ସେମାନଙ୍କ ସଶକ୍ତିକରଣ ପାଇଁ ଏନ୍‌ସିପି ଆରମ୍ଭରୁ ବିଶ୍ବାସ କରି ଆସିଛି। ସଂସଦରେ ଏ ନେଇ ଯେବେ ପ୍ରସ୍ତାବ ଆସିବ, ତାହାକୁ ଏନ୍‌ସିପି ନିଶ୍ଚିତ ସମର୍ଥନ ଦେବ ବୋଲି ଶ୍ରୀ ପାୱାର ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର