ସାରଦା ଚିଟ୍‌ଫଣ୍ଡ; ନିର୍ଦ୍ଦେଶିକା ଦେବଯାନୀଙ୍କ ଜାମିନ ହାଇକୋର୍ଟରେ ଖାରଜ

କଟକ : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ଶାରଦା ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ସଂସ୍ଥାର ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ସାରଦା ଠକେଇକୁ ନେଇ ରୁଜୁ ମାମଲାରେ ଦେବଯାନୀଙ୍କୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେବଯାନୀଙ୍କ ଜାମିନ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ ସାରଦା ଠକେଇକୁ ନେଇ ରୁଜୁ ବିଭିନ୍ନ ମାମଲାରେ ଦେବଯାନୀଙ୍କୁ ଜାମିନ ମିଳିଥିଲା। କିନ୍ତୁ ଓଡିଶା, ଝାଡଖଣ୍ଡ ଓ ଅନ୍ୟ କେତେକ ରାଜ୍ୟରେ ସାରଦା ବିରୋଧରେ ଥିବା ଅଭିଯୋଗ ଆଧାରରେ ଦେବଯାନୀଙ୍କୁ ଗିରଫ କରାଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଢେଇ ହଜାର କୋଟି ଟଙ୍କାରୁ ଅଧିକ ଠକେଇ ନେଇ ସାରଦା ସଂସ୍ଥା ବିରୋଧରେ ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର