ଭୁବନେଶ୍ବର : ଗୋଟିଏ ଭାଷା ବଞ୍ଚି ରହିଲେ ସେହି ଜାତି ତିଷ୍ଠିବ। ନ ହେଲେ ଜାତି ବଞ୍ଚିରହିପାରିବ ନାହିଁ। ଏଥିପାଇଁ ପ୍ରାଥମିକସ୍ତରରୁ ହିଁ ଭାଷା ଶିକ୍ଷା ଉପରେ ଗୁରୁତ୍ବ ଦେବାକୁ ହେବ। ପିଲାଙ୍କୁ ଓଡ଼ିଆ ଜାତି, ଭାଷା, ସଂସ୍କୃତି, ସ୍ବାଭିମାନ ଆଦି ଉପରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ସାରଳା ବିଶ୍ୱ-ଭାଷା ସମ୍ମିଳନୀର ଦ୍ବିତୀୟ ଦିବସରେ ମତପ୍ରକାଶ ପାଇଛି।

Advertisment

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଚାଲିଥିବା ଏହି ସମ୍ମିଳନୀର ଦ୍ବିତୀୟ ଦିବସର ବୈଷୟିକ ଅଧିବେଶନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ସୁର ରାଉତରାୟ , ସ୍ୱାମୀ ଆନନ୍ଦ ସରସ୍ବତୀ, ଶିକ୍ଷାବିତ୍‌ ଡ. ମୀନକେତନ ପ୍ରମୁଖ ଯୋଗଦେଇ ସାରଳା ଭାଷାକୁ ଅତି ସୁନ୍ଦର ଭାବେ ନିଜ ନିଜ ଶୈଳୀରେ ବୁଝାଇଥିଲେ। ଓଡ଼ିଆ ବର୍ଣ୍ଣର ମାତ୍ରାକୁ ଶିଖାଇଥିଲେ। ଶାରଳା ମହାଭାରତର ବିଭିନ୍ନ ପଂକ୍ତିକୁ ଅତିଥିମାନେ ଉପସ୍ଥାପିତ କରିଥିଲେ।

ଏହି ଅବସରରେ ଏମବିସି ଟିଭିର ମୁଖ୍ୟ ସମ୍ପାଦକ ତଥା ସ‌ାରଲା ବିଶ୍ବ-ଭାଷା ସମ୍ମିଳନୀର ଅଧକ୍ଷ ବିଶ୍ୱନାଥ ଶତପଥୀ ଓଡ଼ିଆ ଭାଷାର ଅଧିକ ପ୍ରଚାର ପ୍ରସାର କରିବା ଦିଗରେ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଦ୍ୱିତୀୟ ବୈଷୟିକ ଅଧିବେଶନର ଆଲୋଚନାଚକ୍ରରେ ସାହିତ୍ୟିକ, ବୁଦ୍ଧିଜୀବୀ, ଅଧ୍ୟାପକ, ଭାଷାବିତ, ରାଜନେତା, ଛାତ୍ରଛାତ୍ରୀ ସାମିଲ ହୋଇ ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ କରଯାଉଛି ବୋଲି ମତପ୍ରକାଶ କରିଥିଲେ। ଆସନ୍ତାକାଲି ତୃତୀୟ ଅଧିବେଶନ ଅନୁଷ୍ଠିତ ହେବ।