କଟକ : ସାରଳା ରିଅଲକନ୍ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶିକା ପଙ୍କଜିନୀ ଜେନାଙ୍କ ଜାମିନ କଟକ ଡେଜିଗ୍ନେଟେଡ୍ କୋର୍ଟ ଖାରଜ କରିଛନ୍ତି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଦ୍ୱାରା ଗିରଫ ହୋଇଥିବା ଶ୍ରୀମତୀ ଜେନା ଜାମିନ ପାଇଁ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ବିରୋଧ କରି ସ୍ୱତନ୍ତ୍ର ପିପି ସୁବ୍ରତ କୁମାର ମହାନ୍ତି ଦର୍ଶାଇଥିଲେ ଯେ ପ୍ରାରମ୍ଭିକ ତଦନ୍ତରୁ ତାଙ୍କ ବିରୋଧରେ ଜମାକାରୀଙ୍କ ଟଙ୍କା ହଡପ ନେଇ ପ୍ରମାଣ ମିଳିଛି। ତଦନ୍ତ ଚାଲିଥିବା ଦୃଷ୍ଟିରୁ ଅଦାଲତ ତାଙ୍କ ଜାମିନ ଖାରଜ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଜାନୁଆରି ୨୯ରେ ଇଓଡବ୍ଲୁ ସାରଳା ରିଅଲକନ ମୁଖ୍ୟ ନିର୍ଦ୍ଦେଶକ ଗୟାଧର ଜେନାଙ୍କ ପତ୍ନୀ ପଙ୍କଜିନୀଙ୍କୁ ଗିରଫ କରିଥିଲା। ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଜମାକାରୀଙ୍କୁ ଜମି ଓ ଘର ଯୋଗାଇ ଦେବାକୁ କହି ସାରଳା ସଂସ୍ଥା ସାଧାରଣ ଜାମାକରୀଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା।
ସାରଳା ରିଅଲ୍କନ୍ ନିର୍ଦ୍ଦେଶିକାଙ୍କ ଜାମିନ ଖାରଜ
/sambad/media/post_attachments/wp-content/uploads/2018/02/sarala.jpg-d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)