କ. ନୂଆଗାଁ : ଶରଣ ନାୟକଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ଆଜି ଶତାଧିକ ପୁରୁଷ ଓ ମହିଳା ସାରଙ୍ଗଡ଼ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଛନ୍ତି ।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର କ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ କଲୋନୀ ସାହିର ବରୁଣ ନାୟକଙ୍କ ନାତି ଶରଣ ନାୟକଙ୍କୁ ମାରି ନିକଟସ୍ଥ ହାରକିସ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଥିବା କୂଅରେ ଫିଙ୍ଗି ଦେଇଥିଲେ। ଯୁବକ ଜଣକ ଗତ ତିନିଦିନ ହେଲା ନିଖୋଜ ଥିଲା । ବହୁତ ଖୋଜାଖୋଜି ପରେ ଯୁବକର ସନ୍ଧାନ ନ ମିଳିବାରୁ ଗତ ୧୬ ତାରିଖ ସକାଳେ ପରିବାର ତରଫରୁ ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ସନ୍ଧ୍ୟାବେଳେ ସ୍ଥାନୀୟ ଲୋକେ କୌଣସି ସୂତ୍ରରୁ କୂଅରେ ଏକ ଶବ ପଡ଼ିଥିବା ଜାଣି ଥାନାରେ ଖବର ଦେଇଥିଲେ।
ଏହାପରେ ଥାନା ଅଧିକାରୀ ସଦଳବଳ ଘଟଣାସ୍ଥଳକୁ ଯାଇ ଦମକଳ ବାହିନୀର ସହାୟତାରେ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ପୁଲିସ ହାରକିସ ପାତ୍ରଙ୍କୁ ଥାନାକୁ ନେଇ ଜେରା କରିଥିଲେ। କିନ୍ତୁ ଏଯାବତ୍ ଶରଣ ନାୟକଙ୍କ ହତ୍ୟାକାରୀକୁ ଗିରଫ କରାଯାଇ ନ ଥିବା ପ୍ରତିବାଦରେ ଆଜି ଶତାଧିକ ପୁରୁଷ ଓ ମହିଳା ସାରଙ୍ଗଡ଼ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Sarangada-PS-Kandhamal_0.jpg)