ଢେଙ୍କାନାଳରେ ସାରଙ୍ଗଧର ଦାସଙ୍କ ଜୟନ୍ତୀ

ଢେଙ୍କାନାଳ: ସଚେତନ ନାଗରିକ ଫୋରମ ପକ୍ଷରୁ ଡିସିସି ପ୍ଲେ ସ୍କୁଲଠାରେ ଫୋରମର ସଭାପତି ପ୍ରଦ୍ୟୁମ୍ନ ରଥଙ୍କ ଅଧ୍ୟକ୍ଷତାରେ ସାରଙ୍ଗଧର ଦାସଙ୍କ ଜୟନ୍ତୀ ପାଳନ କରାଯାଇଛିl ମୁଖ୍ୟ ଅତିଥି ରୂପେ ସାରଙ୍ଗଧର ଦାସ ଟ୍ରଷ୍ଟ ବୋର୍ଡର ସଦସ୍ୟ ଯୋଗେନ୍ଦ୍ରନାଥ ତ୍ରିପାଠୀ ମାଲ୍ୟାର୍ପଣ ଓ ଧୂପ ଦାନ କରି କହିଥିଲେ ଯେ, ସାରଙ୍ଗଧର ଦାସ ନିଜର ସମସ୍ତ ସମ୍ପତ୍ତି ଜିଲ୍ଲାପାଳଙ୍କ ନେତୃତ୍ୱରେ ଟ୍ରଷ୍ଟ ବୋର୍ଡ ଗଠନ କରି ଜନସାଧାରଣଙ୍କ ହିତ ପାଇଁ ଦାନ କରିଛନ୍ତିl

‘ଢେଙ୍କାନାଳ କ୍ରାନ୍ତି’ ତଥା ଡିସିସି ପ୍ଲେ ସ୍କୁଲର ସଭାପତି ବରିଷ୍ଠ ଆଇନଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ କହିଥିଲେ ଯେ, ଆମେରିକାରେ ପ୍ରଥମ ଭାରତୀୟ ଭାବେ ସେ ପାଦ ରଖିଥିଲେ ଏବଂ ସେଠାର ଝିଅକୁ ବିବାହ କରି ସଦର ବ୍ଲକ କାଇମାଟି ପଞ୍ଚାୟତର ହରେକୃଷ୍ଣପୁର ପରି ଏକ ନିପଟ ମଫସଲରେ ବାସ କରୁଥିଲେ l

ଫୋରମର ସମ୍ପାଦକ ଭରତ ଦାସ କହିଥିଲେ, ଭାରତ ବର୍ଷରେ ଗଢ଼ିଉଠିଥିବା ସମସ୍ତ ଚିନି କଳ ସଂଗଠନ ଗୁଡିକୁ ଏକାଠି କରି ବମ୍ବେ ଠାରେ ସୁଗାର ହାଉସ ସ୍ଥାପିତ କରିଥିଲେ ସାରଙ୍ଗଧର ଦାସ , ଯାହା ଏବେ ‘ସାରଙ୍ଗଧର ଭବନ’  ନାମରେ ନାମିତ l ଅନ୍ୟମାନଙ୍କ ମଧ୍ୟରେ ଫୋରମର ଉପସଭାପତି ପଙ୍କଜ ନାୟକ, ଦଳିତ ଶାଖା ସଭାପତି କୈଳାସ ନାଏକ, ସଦସ୍ୟ ସରୋଜ ଶତପଥୀ, ନଳିନୀ ଶତପଥୀ, ରୁଦ୍ର ମହାପାତ୍ର, ସହ ସଂପାଦକ ଗୁପ୍ତେଶ୍ୱର ମିଶ୍ର, ନଗର ସମ୍ପାଦକ ଦୟାନିଧି ବେହେରା, ଆଇନଜୀବୀ ଅମ୍ବିକା ମିଶ୍ର, କାମାକ୍ଷା ବେହେରା, ବିନୋଦ ମଲିକ, ଦୀନବନ୍ଧୁ ସେନାପତି, ଛାତ୍ରନେତା ବିଶ୍ୱଜିତ ବରାଳ, ରଞ୍ଜିତ ପାଣିଗ୍ରାହୀ, ବିଶ୍ବପ୍ରତାପ ସ୍ୱାଇଁ ପ୍ରମୁଖ ସ୍ମୃତି ଚାରଣ କରିଥିଲେl ଫୋରମର ମହିଳା ନେତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ l

ସମ୍ବନ୍ଧିତ ଖବର