ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟିଲା ସରପଞ୍ଚ ମହାସଂଘ

ଭୁବନେଶ୍ୱର: ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ ସରପଞ୍ଚ ମହାସଂଘ ସଚିବାଳୟଠାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଭେଟି ଆଲୋଚନା କରିଛି। ଗତ ଡିସେମ୍ବର ମାସରେ ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ୮ ଦଫା ଦାବି ସମ୍ପର୍କରେ ମହାସଂଘର ଆବାହକ ଦିଗମ୍ବର ଜେନା ଓ ସଭାନେତ୍ରୀ ପୁଷ୍ପା ନାଏକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ମହାସଂଘର ପ୍ରମୁଖ ଦାବି ସରପଞ୍ଚଙ୍କ ବିରୋଧରେ ଓ୍ଵାର୍ଡ ସଭ୍ୟମାନେ ଆଣୁଥିବା ଅନାସ୍ଥା ପ୍ରସ୍ତାବର ଉଚ୍ଛେଦ, ସରପଞ୍ଚଙ୍କୁ ମାସିକ ୧୦ ହଜାର ଟଙ୍କା ଦରମା ସହ କାର୍ଯ୍ୟକାଳ ଶେଷ ପରେ ପେନ୍‌ସନ୍‌ ନେଇ ବିଚାର କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମହାସଂଘ କହିଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ରଘୁନାଥ ଶତପଥୀ, ପ୍ରକାଶ କୁମାର ଧଳ, ଅଖିଳ ଚନ୍ଦ୍ର ନାଏକ, ଶେଷଦେବ ପ୍ରଧାନ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର