ପଟ୍ଟାମୁଣ୍ତାଇ : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଲିସ ମଟର ଟ୍ରାନସପୋର୍ଟ ଏସଆଇ ଜନ୍ମେଜୟ ମଲ୍ଲିକଙ୍କ ପଟ୍ଟାମୁଣ୍ତାଇ ବ୍ଲକ୍ ଅଣ୍ତରାସ୍ଥିତ ଘରେ ଆଜି ଭିଜିଲାନ୍ସ ଟିମ ଚଢଉ କରିଛନ୍ତି। ଶ୍ରୀ ମଲ୍ଲିକ ହେଉଛନ୍ତି ଅଣ୍ଡରାର ନବନିର୍ବାଚିତ ସରପଞ୍ଚ ଅନ୍ନପୂର୍ଣ୍ଣା ମଲ୍ଲିକଙ୍କ ସ୍ବାମୀ। ଶ୍ରୀ ମଲ୍ଲିକଙ୍କ ଅଣ୍ଡରା ବାସଭବନ ସମେତ କଟକ ଚହଟାରେ ଥିବା ତାଙ୍କ ଘର ଓ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ଥିବା ଶ୍ରୀ ମଲ୍ଲିକଙ୍କ ଅଫିସରେ ମଧ୍ୟ ଚଢଉ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ସରପଞ୍ଚ ଶ୍ରୀମତି ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ସେ ଏପରି ଦଣ୍ତ ପାଇଥିବା କହିବା ସହ ଏହି ଘଟଣାରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।
ପଟ୍ଟାମୁଣ୍ତାଇ : ଭିଜିଲାନ୍ସ ଜାଲରେ ସରପଞ୍ଚଙ୍କ ପୁଲିସ ସ୍ବାମୀ
/sambad/media/post_attachments/wp-content/uploads/2019/06/vigilance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)